ଡହ ଜଳଭଣ୍ଡାର ର ଖୋଲିଲା ୨ଟି ଗେଟ ।

0 470

ଭଞ୍ଜନଗର,୨୧/୦୯(ପିପିଟି):ପୂର୍ବରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ନଦୀ, ନାଳ ଓ ଜଳ ଭଣ୍ଡାର ରେ ଜଳସ୍ତର ହ୍ରାସ ପାଇଥିବା ବେଳେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଭଞ୍ଜନଗର ନିକଟ ଡହ ଜଳ ଭଣ୍ଡାର ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମଙ୍ଗଳବାର ଛଡ଼ା ଯାଇଥିବା ଜଣାପଡିଛି।ଏହାର ମୋଟ ଜଳ ଧାରଣ କ୍ଷମତା ୨୧୯୫ ହେକ୍ଟମିଟର ଥିବା ବେଳେ ଜଳଭଣ୍ଡାର ରେ ଜଳସ୍ତର ବହୁତ କମ ରହିଥିଲା। ହେଲେ ଗତ ଲଗାଣ ବର୍ଷାରେ ଏହା ବିପଦ ସଙ୍କେତ ଅତିକ୍ରମ କରିବା ଆଶାରେ ପୂର୍ବରୁ ତଳ ମୁଣ୍ଡରେ ରହୁଥିବା ଲୋକଙ୍କୁ ବନ୍ୟାଜଳ ଛଡ଼ା ଯିବା ବିଷୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦେଇ ସାବଧାନ କରାଯାଇଥିଲା। ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତ ନିକଟରେ ଥିବା ବେଳେ ବର୍ଷାକୁ ଦୃଷ୍ଟିରେ ରଖି ବିପଦ ଆଶଙ୍କାରେ ୨ଟି ଗେଟ ଖୋଲା ଯାଇଛି। ଏହି ଜଳଭଣ୍ଡାର ରେ ୪ଟି ଗେଟରେ ମୋଟ ୧୩ଶହ କ୍ୟୁମେକ୍ସ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୨ଟି ଗେଟ ଖୋଲାଯାଇ ୩୮କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.