ଡଙ୍ଗାରୁ ପଡି ମୃତ୍ଯୁବରଣ କରିଥିବା ଶବ ଉଦ୍ଧାର ।

0 226

ମାଲକାନଗିରି,୧୩/୦୨(ପିପିଟି):ମାଲକାନଗିରି ସଦର ମହକୁମାର ଅନତି ଦୂରରେ ଥିବା ସତୀଗୁଡା ଜଳଭଣ୍ଡାକୁ ଦେଶୀ ଡଙ୍ଗା ସାହାଯ୍ଯରେ ମାଛ ଧରିବାକୁ ଯାଇଥିବା ଜଣେ ଯୁବକ ନିଖୋଜ ହେବା ପରେ ଗତ ଦୁଇଦିନ ଧରି ଅଗ୍ନିଶମ ବାହିନୀ. କର୍ମଚାରୀମାନେ ଜଳଭଣ୍ଡାରରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର କରିଛନ୍ତି। ମାଲକାନଗିରି ପୋଲିସ ମୃତ ଦେହକୁ ବ୍ୟବଛେଦ କଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ଚମ୍ପାଖାରୀ ଗ୍ରାମର ବିଶ୍ଵନାଥ ଭୂମିଆ ଗତ ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାରକୁ ଏକ ଦେଶୀ ଡଙ୍ଗା ସହାୟତାରେ ମାଛ ଧରିବା ପାଇଁ ଯାଇଥିବା ସମୟରେ ହଠାତ ଡଙ୍ଗାଟି ଭାର ସାମ୍ୟ ହରାଇ ବୁଡିଯାଇଥିଲା । ଜଳଭଣ୍ଡାରରେ ବିଶ୍ଵନାଥ ବୁଡିଯାଉଥିବା ଅନ୍ୟ ଜଣେ ମାଛ ଧରାଳୀ ଦେଖି ଚମ୍ପାଖାରୀ ଗ୍ରାମବାସୀଙ୍କୁ ଜଣାଇବା ପରେ ମାଲକାନଗିରି ଅଗ୍ନିଶମ ବିଭାଗକୁ ସୂଚନା ପ୍ରଦାନ କରାଯାଥିଲା। ରାତ୍ର ହେବା ଯୋଗୁଁ ଶନିବାର ସକାଳେ ଅଗ୍ନିଶମ ବାହିନୀ ସତୀଗୁଡା ଜଳ ଭଣ୍ଡାରରେ ପହଞ୍ଚି ଖୋଜା ଖୋଜି କରିଥିଲେ । ସେ ଦିନ ନିଖୋଜ ବିଶ୍ଵନାଥଙ୍କ କୌଣସି ଅନୁସନ୍ଧାନ ପାଇନଥିଲେ ଅଗ୍ନିଶମ କର୍ମଚାରୀମାନେ।ପୁଣି ରବିବାର ଦିନ ପଥରେ ତାଲିମ ନେଉଥିବା ଆପଦ ମିତ୍ର ସ୍ବେଚ୍ଛାସେବୀଙ୍କୁ ନେଇ ଜଳଭଣ୍ଡାରରେ ଖୋଜିଥିଲେ। ବହୁତ ଖୋଜା ଖୋଜି କଲା ପରେ ସତୀଗୁଡା ଜଳଭଣ୍ଡାର ଚମ୍ପାଖାରୀ ଗ୍ରାମ ଠାରୁ କିଛିଦୂର ଡଙ୍ଗାଘାଟରୁ ନିଖୋଜ ବିଶ୍ୱନାଥଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା । ସରକାରଙ୍କ ପକ୍ଷରୁ ମୃତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.