ବେଲଗୁଣ୍ଠା,୨୦/୦୬ (ପିପିଟି);ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବାଡୁଳା ଗ୍ରାମ ନିକଟ ଗୁଡ଼ିଆବସା ଛକ ନିକଟରେ ଗତ ୧୦ ତାରିଖରେ ତିନି ଜଣ ଲୁଟେରା ଏକ ବାଇକରେ ଆସି ଦିନ ୧୨ ଟା ସମୟରେ ଜଣଙ୍କ ଠାରୁ ୨୦ ହଜାର ଟଙ୍କା ଏକ ମୋବାଇଲ ଲୁଟ କରିଥିଲେ। ସେହି ଘଟଣାରେ ଆଜି ଗାଙ୍ଗପୁର ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୮ ହଜାର ୧୧୦ ଟଙ୍କା ତିନଟି ମୋବାଇଲ ଗୋଟିଏ ବାଇକ ଜବତ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଆସ୍କା ଥାନା ଦନ୍ତରିବଗଡ଼ ଗ୍ରାମର ନାରାୟଣ ବରାଡ଼, ଗଗନ ବରାଡ଼,ତପନ ବିଷୋୟୀ। ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗାଙ୍ଗପୁର ପୋଲିସ।ତେବେ କାହାଠାରୁ ଲୁଟ ହୋଇଛି ତାହା ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ପୋଲିସ ଘଟଣାର ଅଧିକା ତଦନ୍ତ କରୁଛି ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )