ଠକେଇ ଅଭିଯୋଗରେ ସ୍ୱର୍ଣ୍ଣ ବ୍ୟବସାୟୀ ଗିରଫ ।

0 235

ଭଞ୍ଜନଗର,୦୩/୦୮(ପିପିଟି); ଗତ ୨୦୧୯ ମସିହାରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ସୁନା ଦୋକାନୀ କାହ୍ନୁ ପାତ୍ର କଟକର ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟୀ ଅମଲ ସେଠ(୫୨)ଙ୍କୁ ୪୦ଲକ୍ଷ ଟଙ୍କା ସୁନା ଗହଣା ଯୋଗାଇ ଦେବା ପାଇଁ ଦେଇଥିଲେ।ହେଲେ ଅମଲ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଦେଇଥିଲେ।ତାପରେ କାହ୍ନୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଅମଲ କିନ୍ତୁ ଟଙ୍କା କି ସୁନା କିଛି ଦେଇ ନଥିଲେ।ଶେଷରେ ବାଧ୍ୟସୋଇ କାହ୍ନୁ ଏସମ୍ପର୍କରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୬୪/୨୦୨୦ରେ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।କରୋନା ସକାଶେ ଅଭିଯୁକ୍ତକୁ ଧରିବାରେ ବିଳମ୍ବ ହୋଇଥିଲେ ମଧ୍ୟ ତାକୁ କଟକରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.