ଟ୍ୟାଙ୍କର ଧକାରେ ଜଣଙ୍କର ମୃତ୍ୟୁ, କ୍ଷତିପୂରଣ ଦାବିରେ ରସ୍ତାରୋକ।

0 383

ବାଘମାରି,୨୭/୧୧: ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ରେ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି ମୃତକ ଜଣକ ହେଲେ ଖୋର୍ଦ୍ଧା ପିତାପଲି ଗ୍ରାମର ମଞ୍ଜୁର୍ ମହମ୍ମଦ। ସେ ତାଙ୍କ ଶସୁରଘର ସରଧାପୁରରେ ରହୁଥିଲେ । ସେ ବାଘମାରି ମେଡ଼ିକାଲ ରୁ ଫେରୁଥିବା ବେଳେ ଏକ କିରୋସିନି ବୋଝେଇ ଟ୍ୟାଙ୍କର ତାଙ୍କ ଉପରେ ଚଢ଼ି ଯାଇଥିଲା ଫଳରେ ଘଣାସ୍ଥଳରେ ତାଙ୍କର ମୃତୁ ଘଟିଛି। ତେଣୁ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା। ବାଘମାରି ପୁଲିସ ଖବରପାଇ ତେଲଟ୍ୟାଙ୍କରକୁ ଜବତ କରିବାସହ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି। ଶବକୁ ବ୍ୟବଛଦପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ ।)

Leave A Reply

Your email address will not be published.