ଟ୍ରାକ୍ଟର ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ପୁଅ ମୃତ ।

0 232

ବେଲଗୁଣ୍ଠା,୦୫/୦୨(ପିପିଟି): ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଅଞ୍ଚଳରେ ଏକ ଟ୍ରାକ୍ଟର୍ ଦୂର୍ଘଟଣାଗ୍ରସ୍ତ ହେବା ଫଳରେ ଟ୍ରାକ୍ଟର୍ ଚାଳକ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମର ପୂର୍ବତନ ସରପଞ୍ଚ ବଳରାମ ଖଟେଇଙ୍କ ପୁଅ ଦୀପକ ଖଟେଇ ଏକ ଟ୍ରାକ୍ଟରରେ ପୋଖରୀରୁ ମାଟି ବୋହୁଥିବା ବେଳେ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଦୀପକ୍ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଏନେଇ ଦୀପକଙ୍କ ଭାଇ ଆଲୋକ ଖଟେଇ ବେଲଗୁଣ୍ଠା ଥାନାରେ ଜଣାଇବା ପରେ ବେଲଗୁଣ୍ଠା ପୋଲିସ୍ କେଶ୍ ନମ୍ବର୍ ୫୪/୨୩ ରେ ଏକ ମାମଲା ରୁଜୁ କରାଯିବା ପୋଲିସ୍ ଦୀପକଙ୍କ ଶବ ଏବଂ ଟ୍ରାକ୍ଟରକୁ ଜବତ କରିଥିଲା । ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ଦୀପକଙ୍କ ଶବକୁ ତାରା ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.