ଟ୍ରକ ଧକ୍କାରେ ଯୁବକ ଗୁରୁତର ।

0 216

ଭଞ୍ଜନଗର,୦୩/୦୭(ପିପିଟି) : ତାରସିଂ ଥାନା ଅଧୀନ ତିଳିସିଙ୍ଗି ବ୍ରିଜ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ନୂଆ ଲେମ୍ଭେଇ ଗ୍ରାମର ଚିତ୍ତ ରଞ୍ଜନ ତ୍ରିପାଠୀ (୩୫) । ସେ ଉକ୍ତ ରାସ୍ତା ଦେଇ ସକାଳ ସମୟରେ ଚାଲିଚାଲି କୁଲାଡ଼ ଅଭିମୁଖେ ଆସୁଥିବା ବେଳେ ଦଶପଲ୍ଲା ପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଚିତ୍ତ ରଞ୍ଜନକୁ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିଛନ୍ତି। ଅପରପକ୍ଷରେ ତାରସିଂ ଥାନା ପୋଲିସ ସମ୍ପୁର୍କ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.