ଭଞ୍ଜନଗର,୦୯/୦୩(ପିପିଟି);ଭଞ୍ଜନଗର ଭେଜିପୁଟ ପାୱାର ହାଉସ ଛକରେ ଏକ ଚାଉଳ ବୋଝେଇ ଟ୍ରକ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ତାହା ଭାଙ୍ଗି ୨ଖଣ୍ଡ ହୋଇଯାଇଛି। ଟ୍ରକ ଟି ବ୍ଲକଛକରୁ ମନଇଛା ସାହି ରାସ୍ତାରେ ଆସି ଭେଜିପୁଟ ମୁଖ୍ୟ ରାସ୍ତାକୁ ବାହାରୁ ଥିବା ବେଳେ ପୂର୍ବରୁ ସେଠାରେ ଏକ ଟ୍ରକ ରାସ୍ତା କଡରେ ଛିଡା ହେଇଥିବା ବେଳେ ତାକୁ ଅତିକ୍ରମ କରି ଉକ୍ତ ଚାଉଳ ଟ୍ରକଟି ଯାଉଥିବା ସମୟରେ ସେଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା।ଫଳରେ ଖୁଣ୍ଟଟି ଭାଙ୍ଗି ବିଦ୍ୟୁତ ତାର ସବୁ ରାସ୍ତା ଉପରେ ଝୁଲି ରହିଥିଲା। ହେଲେ କୌଣସି ଅଘଟଣ ଘଟିନଥିବା ଜଣାପଡ଼ିଛି। ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ବିଦ୍ୟୁତ ସରବରାହ ବିଛିନ୍ନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )