ଟ୍ରକ ଧକ୍କାରେ ବସ ପଶିଲା ପୋଖରୀ ଭିତରେ ।

0 162

ଭଞ୍ଜନଗର,୧୫/୦୨(ପିପିଟି); ରବିବାର ରାତି ପ୍ରାୟ ୧୦ ଟା ସମୟରେ ଭଞ୍ଜନଗର ନିକଟ କୁଲାଡ଼ ଗ୍ରାମ ପେଟ୍ରୋଲ ପମ୍ପ ସାମ୍ନାରେ ବରାଳ ଦେବୀ ନାମକ ଘରୋଇ ବସ ପଛ ପଟକୁ ଏକ ଟ୍ରକ ଧକ୍କା ଦେବାରୁ ବସ ଟି ନିକଟରେ ଥିବା ପୋଖରୀ ଭିତରକୁ ପଶିଯାଇଛି। ବ୍ରହ୍ମପୁର ରୁ ଫେରିବା ପରେ ସେହି ସ୍ଥାନରେ ହେଲ୍ପର ବସ ଟିକୁ ଧୋଇସାରି ବିଶ୍ରାମ ନେଉଥିଲା। ଏହି ସମୟରେ ଗୋଟିଏ ଟ୍ରକ ନଂ ଓଡ଼ି. ୨୫କେ. ୨୮୪୪ ଦ୍ରୁତ ଗତିରେ ଆସି ବସ ପଛକୁ ଜୋରରେ ଧକ୍କା ଦେଇଥିଲା।ଫଳରେ ବସ୍ ଟି ରାସ୍ତା ପାର୍ଶ୍ଵରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା।ଫଳରେ ଗାଡ଼ି ଭିତରେ ଥିବା ହେଲ୍ପରକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.