କନ୍ଧମାଳ,୩୧/୦୧(ପିପିଟି) : କନ୍ଧମାଳ ଜିଲ୍ଲା ଟିମ ହ୍ୟୁମାନିଟି ର ମାନବିକତା। କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ରାଜରାସ୍ତାରେ ବୁଲୁଥିବା ଜଣେ ମାନସିକ ବିକାର ଗ୍ରସ୍ତ ଲୋକକୁ ସହଯୋଗର ହାତ ବଢାଇଥିଲା ଟିମ ହ୍ୟୁମାନିଟି । ରବିବାର ଟିମର ସଦସ୍ୟ ମାନେ ଦୀର୍ଘଦିନ ଧରି ସହରରେ ବୁଲୁଥିବା ଏହି ମାନସିକ ବିକାର ଗସ୍ତ ବ୍ୟକ୍ତିକୁ ଧରି ତାର ଜଟି ହୋଇ ଥିବା ଚୁଟି କାଟିବା ସହ ତାଙ୍କୁ ସାବୁନ ଲଗାଇ ଗାଧୋଇ ଦେଇଥିଲେ।ଏହା ପରେ ନୂଆ ଡ୍ରେସ ପିନ୍ଧାଇ ଦେଇଥିଲେ। ଖାଦ୍ୟ ମଧ୍ୟ ଖାଇବାକୁ ଦେଇଥିଲେ। ଏଥିରେ ଫୁଲବାଣୀ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠି ଉପସ୍ଥିତ ରହି ସଂଗୁର୍ଣ୍ଣ ସହଯୋଗ କରିଥିଲେ।
ଟିମ ହ୍ୟୁମାନିଟିର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶସାଂ କରାଯାଇଛି । ପୂର୍ବରୁ ଟିମ ହ୍ୟୁମାନିଟି ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଜନହିତକର କାର୍ଯ୍ୟମାନ କରିଆସିଛି । କରୋନା ମୁକାବିଲା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଶସିଂତ ହୋଇଥିଲା। ସେହିପରି ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରିବା ସହ ରାସ୍ତା ଦୁର୍ଘଟଣାରେ ଆହତ ଲୋକଙ୍କୁ ସେବା ଯୋଗାଇ ଦେଇ ଅନେକ ଜୀବନରକ୍ଷା କରିଛି। କେବଳ ସେତିକି ନୁହେଁ ଗରିବ ଅସହାୟ ମାନଙ୍କ ମୃତ୍ୟୁ ହେଲେ ଶବ ସତ୍କାର କରିବା ଓ ମୃତଦେହ ଘରକୁ ନେବାଲାଗି ନିଜସ୍ଵ ଆମୁଲାନ୍ସ ସେବା ମଧ୍ୟ ରହିଛି ଟିମ ହ୍ୟୁମାନିଟିର। ଅଧିକ ଥିଲେ ଦିଅ ନଥିଲେ ନିଅ ଭଳି ମାଗଣାବସ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି ।ଏ ସବୁ ଜନହିତକର ଓ ସେବାକାର୍ଯ୍ୟପାଇଁ ବିଭିନ୍ନ ସମୟରେ ପୁରସ୍କୃତ ମଧ୍ୟ ହୋଇଛି ଟିମ ହ୍ୟୁମାନିଟି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)
Prev Post