ଝାଲିଆ ଗୋଚ୍ଛା ବିଦ୍ୟୁତ ସବଷ୍ଟେସନ ଉଦ୍‌ଘାଟନ ଓ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ ।

0 572

ଭଞ୍ଜନଗର,୨୩/୧୦(ପିପିଟି); ଭଞ୍ଜନଗର ବ୍ଲକର ବ୍ରାହ୍ମଣ ପଦର, ହରିଗଡ଼, ଦୋ ମୁହାଣୀ ଓ ଗାଲେରୀ ଏହି ୪ଟି ପଞ୍ଚାୟତ ରେ ଦୀର୍ଘ ଦିନ ହେଲା ଲୋ-ଭୋଲ୍ଟେଜ ଓ ବିଦ୍ୟୁତ ବିଭ୍ରାଟ ଭଳି ସମସ୍ୟା ଲାଗିରହିଥିବା ବେଳେ ଏବେ ସେଥିରୁ ମୁକ୍ତି ମିଳିଛି।ଶୁକ୍ରବାର ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଝାଲିଆ ଗୋଚ୍ଛା ଠାରେ ଏକ ୩୩/୧୧ କେ.ଭି ବିଦ୍ୟୁତ ସବ ଷ୍ଟେସନ କୁ ଉଦଘାଟନ କରିଛନ୍ତି। ଏଥିସହ ଏହି ସବଷ୍ଟେସନ ପରିସରରେ ଏ.ସି.ଏଫ ସୁଦର୍ଶନ ବାଦୀଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ତୁରୁମୁ ଓ କୁଲାଡ଼ କଲ୍ୟାଣ ମଣ୍ଡପ ଠାରେ ମନ୍ତ୍ରୀ ଶ୍ରୀ ଆରୁଖ ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏସ.ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବିଡ଼ିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା,ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ବିଦ୍ୟୁତ ବିଭଗ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା,ନିର୍ବାହୀ ଯନ୍ତ୍ରୀ ଜଗତ ଜିତ ଦାସ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସମାଜସେବୀ ଶୂଳପାଣି ଶତପଥୀ,ବିଭିନ୍ନ ଗ୍ରାମର ସରପଞ୍ଚ, ସମିତି ସଭ୍ୟ ଓ ଦଳୀୟ କର୍ମୀ ଏଥିରେ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.