ଭଞ୍ଜନଗର,୧୮/୦୮(ପିପିଟି) : ତାରସିଙ୍ଗି ଥାନା ଗାଲେରୀ ଫାଣ୍ଡି ଅଧୀନ ଝାଲିଆଗୋଚ୍ଛା ନଦୀ ରୁ ଗୁରୁବାର ସକାଳ ସମୟରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନିକଟସ୍ଥ ପେଟା କିଆରୀ ଗ୍ରାମର ଦାମ ସେଠୀ (୮୦) । ସେ ଭୋର ସକାଳ ସମୟରେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଏହାର କିଛି ସମୟ ପରେ ଝାଲିଆ ଗୋଚ୍ଛା ନଦୀ ମଧ୍ୟରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ରାଜସ୍ବ ନିରକ୍ଷକ ପହଞ୍ଚି ଘଟଣା ତଦନ୍ତ କରି ଫେରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠାଇଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )