ଜୟଶ୍ରୀରାମ ଫାଉଣ୍ଡେସନ୍,ଓଡିଶା ପକ୍ଷରୁ କରୋନାଯୋଦ୍ଧା ସମ୍ମାନ।

0 401

ବୋଲଗଡ଼,୧୮/୦୬(ପିପିଟି);ସାରାବିଶ୍ୱରେ ଦେଖାଯାଇଥିବା ଭୟଙ୍କର ମହାମାରୀ ଆରୋଗ୍ୟ ନିମନ୍ତେ ନିଜ ଜୀବନକୁ ପାଣି ଛଡ଼ାଇ କରୋନା ଯୋଦ୍ଧା ଭାବରେ କାର୍ୟ୍ୟଜାରି ରଖିଥିବା ଡାକ୍ତର ତଥା ଏହାକୁ ସଚେତନତାବାର୍ତା ମାଧ୍ୟମରେ ନିୟନ୍ତ୍ରଣ ପ୍ରତିହତ କରିବାରେ ଅହରହ ପ୍ରୟାସଜାରି ରଖିଥିବା ସାମ୍ବାଦିକ, ସମାଜସେବୀ,ପୋଲିସ ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜୟଶ୍ରୀରାମ ଫାଉଣ୍ଡେସନ୍,ଓଡିଶା ତରଫରୁ ଆଜି ବୋଲଗଡର ନନ୍ଦିଘୋଷ ଭବନ ପରିସରରେ ମାନପତ୍ର, ପୂଷ୍ପଗୁଛ, ସହ ଉପଢୌକନ ଦେଇ କରୋନା ଯୋଦ୍ଧା ରୁପେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୋଲଗଡ ଓ ବେଗୁନିଆ ବିଧାୟକ ତଥା ଜୟଶ୍ରୀରାମ ଫାଉଣ୍ଡେସନ୍ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ ଏବଂ ସମ୍ମାନ ଅତିଥି ଭାବେ ଯୁବ ବିଜେଡି ଉପସଭାପତି ତଥା ଶ୍ରୀରାମ ଫାଉଣ୍ଡେସନ୍ ବୋର୍ଡକମିଟି ର ସଦସ୍ୟ ସୁବାଶିଷ୍ ଖୁଣ୍ଟିଆ ଏବଂ ବିଜେଡି ମହାସଚିବ ଏଲିନାଦାସ୍ ଓ ଶ୍ରୀରାମ ଫାଉଣ୍ଡେସନ୍ ରାଜ୍ୟ ବୋର୍ଡ଼ କମିଟି ସଦସ୍ୟ ଦେବୀପ୍ରସାଦ ମିଶ୍ର,ଜୟ ଶ୍ରୀରାମ ଫାଉଣ୍ଡେସନର ମୂଖ୍ୟ ସଦସ୍ୟ ରବିନ୍ଦ୍ର କୁମାର ସୁବୁଦ୍ଧି ଓ ସମ୍ମାନ ଅତିଥି ଭାବେ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ ଏବଂ ବୋଲଗଡ଼ ସାମ୍ବାଦିକ ସଂଘର ସମ୍ବାଦିକ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.