ଜୈବିକ ପଦ୍ଧତିରେ କପା ଚାଷ ପାଇଁ ତାଲିମ ଶିବିର ।

0 330

ଉଲୁଣ୍ଡା,୧୭/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କୃଷି ସୂଚନା କାର୍ଯ୍ୟାଳୟ ସଭାଗୃହରେ ବ୍ଲକ କୃଷକ ଉପଦେଷ୍ଟା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଲୋକ କୁମାର ଦେହୁରୀ ଙ୍କ ସଭାପତିତ୍ୱରେ ଏକ ଦିବାସୀୟ କପା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିରମହାରାଜପୁର ଅଂଚଳରେ ଦିନକୁ ଦିନ କପା ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ୁଥିବାରୁ କିଭଳି ଜୈବିକ ପଦ୍ଧତିରେ କପା ଚାଷ କରାଯାଇ ଚାଷୀ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ଚାଷୀମାନଙ୍କୁ ତାଲିମ ଦିଆଯାଇଥିଲା । ଏହି ଶିବିରରେ ଯୁଗ୍ମ ମାନ ନିର୍ଦ୍ଧାରଣ ଅଧିକାରିଣୀ ସ୍ମିତା ପଣ୍ଡା ଏବଂ ଭାରପ୍ରାପ୍ତ ଜିଲା କୃଷି ଅଧିକାରୀ ଲଳିତ ମୋହନ ସାହୁ ଯୋଗଦେଇ କପା ଚାଷରେ ଜୈବିକ ପ୍ରୟୋଗ ବିଧି,ଅଧିକ ଅମଳ,ରୋଗପୋକ ପରିଚାଳନା,ଅମଳ ପରବର୍ତୀ ଯତ୍ନ ଏବଂ ଜୈବିକ ପଦ୍ଧତିରେ କପାଚାଷ କରି କିଭଳି ଅଧିକ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କିମ ଅଫିସର ତୁଷାରକାନ୍ତ ସାହୁ,ବିଟିଏମ କନଭେନର କାଳିନ୍ଦୀ ପରିଡା,ବିଟିଏମ ଜିତେନ୍ଦ୍ର ମେହେର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।ସଭାରେ ଉପସ୍ଥିତ କପାଚାଷୀମାନେ କପାର ମାନ ନିର୍ଦ୍ଧାରଣ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ବିକ୍ରି ବ୍ୟବସ୍ଥା ସମ୍ପର୍କରେ କୃଷି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁର ସଭା ପରିଚାଳନା କରିଥିବାବେଳେ କଯ୍ୟାଳୟ ସମସ୍ତ କୃଷି କର୍ମଚାରୀ ସହଯୋଗ କରିଥିଲେ ।ଶେଷରେ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.