ଜେଲ ପଡ଼ିଆ ଠାରେ ୧୫୧କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ।

0 211

ଭଞ୍ଜନଗର,୨୯/୦୯(ପିପିଟି): ଭଞ୍ଜନଗର ନିକଟ ତନରଡ଼ା ଶ୍ରୀବତ୍ସ ଗୋ-ରକ୍ଷା ଆଶ୍ରମ ଆନୁକୂଲ୍ୟରେ ସ୍ଥାନୀୟ ଜେଲ ପଡ଼ିଆ ଠାରେ ବୈଦିକ ରୀତିରେ ଏକ ୧୫୧କୁଣ୍ଡିୟ ମହାଯଜ୍ଞର ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀବତ୍ସ ଗୋ-ରକ୍ଷା ଆଶ୍ରମର ଟ୍ରଷ୍ଟି ତଥା ସମ୍ପାଦକ ଆଚାର୍ଯ୍ୟ ସୁଦର୍ଶନ ଦେବ,ସୋନ ପୁରରୁ ଆସିଥିବା ପବିତ୍ର ବ୍ରହ୍ମଚାରୀଙ୍କ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ମୁନିଋଷି ଯୋଗ ଦେଇଥିଲେ।ଯଜ୍ଞ ହେଉଛି ସବୁର ଆଧାର। ଯଜ୍ଞ ମାଧ୍ୟମରେ ଆମେ ପରମାତ୍ମାଙ୍କ ଧ୍ୟାନ,ପ୍ରାର୍ଥନା ଓ ଉପାସନା କରିପାରିବା ଏବଂ ତାସହିତ ଯଜ୍ଞ ଦ୍ବାରା ସାରା ସଂସାରର ମଙ୍ଗଳ ହେବ,ଚାରିଆଡେ ବୃଷ୍ଟି ହେବ, ବୃଷ୍ଟିପାତ ଦ୍ୱାରା ଭଲ ଫସଲ ହେବ ଏବଂ ସଂସାରରେ କୌଣସି ସମସ୍ୟା ରହିବ ନାହିଁ। ବର୍ତ୍ତମାନ ସାରା ବିଶ୍ୱରେ ହିଂସା, ଯୁଦ୍ଧ ଓ ଅରାଜକତା ଲାଗିରହିଥିବା ବେଳେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଯଜ୍ଞର ଆୟୋଜନ ହୋଇଥିବା ଆଚାର୍ଯ୍ୟ ସୁଦର୍ଶନ ଦେବ କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପୁରୁଷ ଓ ମହିଳା ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ।ଏଥିରେ ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଗୋପବନ୍ଧୁ ସାହୁ,ରାଜେନ୍ଦ୍ର ଭୂୟାଁ,ବାଲ୍ମୀକି ପଟ୍ଟନାୟକ,ଶୂଳପାଣି ଶତପଥି, ଏମ.ବିଜୟ କୁମାର ଓ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.