ଜୁରା ଗ୍ରାମରେ ଆଲବେଣ୍ଡାଜଲ ନାମକ କୁର୍ମି ଔଷଧ ଖାଇ ୧୦ ରୁ ଉର୍ଦ୍ଧ୍ବ ପିଲା ଅସୁସ୍ଥ ।

0 231

ସାନଖେମୁଣ୍ଡି,୨୭/୦୮(ପିପିଟି): ସାନଖେମୁଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଆଡ଼ପଡ଼ା ମେଡ଼ିକାଲ ଅଧୀନସ୍ଥ ଜୁରା ଗ୍ରାମରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଗ୍ରାମରେ ଗତ କାଲି ଆଲବେଣ୍ଡାଜଲ ନାମକ କୁର୍ମି ଔଷଧ ଖାଇ ୧୦ ରୁ ଉର୍ଦ୍ଧ୍ବ ପିଲା ଆଜି ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଆଡ଼ପଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅଭିବାବକ ମାନେ କହିବା ଅନୁସାରେ ପିଲା ମାନଙ୍କୁ ମନ ଇଛା ଔଷଧ ଦେବା କାରଣରୁ ଏଭଳି ସମସ୍ୟା ହୋଇଛି । ଯଦି ଔଷଧ ଦେଲେ ତେବେ ଆମକୁ କାହିଁକି ଜଣାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପିଲା ମାନଙ୍କ ବାପା ମାଁ । ବିନା ଡ଼ାକ୍ତରଙ୍କ ଉପସ୍ଥିତିରେ ଔଷଧ କାହିଁକି ଦେଲେ ତାହା ଏବେ ବଡ଼ ପ୍ରଶ୍ନ ସାଧାରଣରେ ସୃଷ୍ଟି ହେଉଛି । ସୂଚନା ଅନୁସାରେ ରାଜ୍ୟ ସରକାର ପିଲା ମାନଙ୍କ ଆରୋଗ୍ୟ ପାଇଁ ଆଲବେଣ୍ଡାଜଲ ନାମକ କୃମି ନାଶକ ଔଷଧ ମାଗଣାରେ ବିତରଣ କରୁଛନ୍ତି । ହେଲେ ପିଲା ମାନଙ୍କୁ ସଠିକ୍ ଭାବେ ଔଷଧ ଦିଆଯାଉନଥିବା କାରଣରୁ ଏଭଳି ସମସ୍ୟା ଆଜି ଜୁରା ଗ୍ରାମରେ ଦେଖିବାକୁ ମିଳିଛି । ଗତ କାଲି କିଛି ପିଲା ଔଷଧ ସେବନ କରି ଅସୁସ୍ଥତା ଅନୁଭବ କରିଥିଲେ ହେଲେ ଆଜି ଆଉ ୧୦ ପିଲା ସ୍କୁଲରେ ଅସୁସ୍ଥ ହୋଇଥିଲେ । ଘଟଣାରେ ସ୍ଥାନୀୟ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ସାମାନ୍ୟ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାରେ ପାଟପୁର ଥାନା ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ଏବଂ ଲୋକ ମାନଙ୍କୁ ବୁଝାଶୁଝା କରି ଛାଡିଥିଲେ । ଏବେ ପିଲା ମାନଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଥିବା ସୂଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.