ଜୁଆ ଆଡ୍ଡା ଚଢାଉ,୧୦ ଗିରଫ ସହିତ ୧୮ ହଜାର ଟଙ୍କା ଜବତ ।

0 761

ଦିଗପହଣ୍ଡି,(ପିପିଟି)୦୭/୦୬,ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୋଲିସ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଧଡକ ଭାବେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୧୦ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଓ ତାସ ମୁଠା ଜବତ କରିଥିବା ଜଣାପଡିଛି । ଖବରନୁଯାୟୀ ,ବର୍ତ୍ତମାନ ଲକଡାଉନ କଟକଣା ଜାରି ରହିଥିବା ବେଳେ ଜୁଆଡି ମାନେ ସ୍ଥାନୀୟ ରାଣୀ ସାହିରେ ବହୁଦିନ ଧରି ତ୍ରିନାଥ ନାୟକଙ୍କ ଘରେ ଜୁଆଖେଳ ଖେଳି ଆସୁଥିଲେ । ଦିଗପହଣ୍ଡି ପୋଲିସ ରବିବାର ଦିନ କୈାଣସି ବିଶେଷ ସୁତ୍ରରୁ ଖବରପାଇ ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ସଦଳବଳେ ଚଢାଉ କରିଥିଲେ । ପୋଲିସ ଘଟଣାସ୍ଥଳରୁ ସ୍ଥାନୀୟ ଅଞ୍ଚଳରୁ ୧୦ ଜଣକୁ ଗିରଫ କରିବା ସହ ଟଙ୍କା ଜବତ କରିଥିବା ଜଣାପଡିଛି । ଏନେଇ ଥାନା ମାମଲା ନଂ ୧୩୨/୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି।
ରିପୋର୍ଟ -ସାଇଦୀପ ପୂଜାରୀ

Leave A Reply

Your email address will not be published.