ପୋଲସରା,୦୬/୦୮(ପିପିଟି);ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଅଧିନ ଗରେଇଝୁଳି ପାହାଡ଼ ନିକଟରେ ବହୁଦିନ ଧରି ଜୁଆ ଆଡ୍ଡା ଚାଲି ଆସୁଥିଲା। ଖବର ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଚଢ଼ାଉ କରି ନଗଦ ୫୦ ହଜାର ୦୩ଶହ ଟଙ୍କା ଜବତ କରିବା ସହ ଆଠଟି ବାଇକ ଜବତ ହୋଇଥିବା ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ସମ୍ପୂକ୍ତ ଆଠ ଜଣଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।( ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)