ଜୁଆ ଆଡ୍ଡା ଉପରେ ପାଟପୁର ପୋଲିସର ଅତର୍କିତ ଚଢ଼ାଉ; ନଗଦ ୨୬,୧୦୦ ଟଙ୍କା ସହ ୧୦ ଜୁଆଡି ଗିରଫ ।

0 3,082

ସାନଖେମୁଣ୍ଡି,୨୭/୦୫(ପିପିଟି); କରୋନା ମହାମାରୀ ଯୋଗୁଁ ସାର ଦେଶ ଏବେ ଲକ୍ ଡାଉନ୍ ରେ । କରୋନା କବଳରୁ ଜନ ସାଧାରଣଙ୍କୁ କିଭଳି ରକ୍ଷା କରାଯାଇପାରିବ ସେଥି ପ୍ରତି ଧ୍ୟାନ ଦେଇ ପ୍ରଶାସନ ଦିନ ରାତି ଏକ କରିଛନ୍ତି । ଏଭଳି ପରିସ୍ଥିତିରେ ଘରୁ ବାହାରିବା ଠିକ୍ ନଥିବା ବେଳେ ଅମାନିଆ ଜୁଆଡିଙ୍କ ଜୁଆ ଖେଳକୁ ନେଇଁ ପାଟପୁର ପୋଲିସ ସମ୍ପ୍ରତି କ୍ରିୟାଶୀଳ ହୋଇଥିବା ଜଣାପଡିଛି । ଆଜି ଭାଲିଆଝୋଳା ଘୋଡ଼ାହାଡ ନଦି ପାଖ ବକ୍ସି ତୋଟାରେ ରୀତିମତ ଜୁଆଖେଳ ହୋଇଥିବା ସୂଚନା ପାଇ ପାଟପୁର ପୋଲିସ ଦ୍ଵାରା ଅତର୍କିତ ଚଢ଼ାଉ କରାଯାଇଥିଲା । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନରେ ଏସ.ଆଇ ଟୁନା ପିଡ଼ିକାଙ୍କ ନେତୃତ୍ୱରେ ଏ.ଏସ.ଆଇ ଅର୍ଜୁନ ଶବର ସଦଳ ବଳେ ଜିଉରା ଛକ ପିଲା କାଳୁଆ ନିକଟରୁ ଅତର୍କିତ ଭାବରେ ବକ୍ସି ତୋଟାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୨୦ ରୁ ଉର୍ଦ୍ଧ୍ବ ଜୁଆଡି ଡିଆଁ ମାରିଥିବା ବେଳେ ୧୦ ଜଣଙ୍କୁ ପୋଲିସ କାବୁ କରିଥିବା ଜଣା ପଡ଼ିଛି । ଆଡ୍ଡା ସ୍ଥଳରୁ ୨୬୧୦୦ ଟଙ୍କା ଜବତ କରାଯାଇଥିବା ବେଳେ ୧୦ ଜୁଆଡିଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.