ଶେରଗଡ,୦୫/୦୭(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମ ରେ ଦୀର୍ଘ ଦିନ ହେବ ଜୁଆ ଖେଳ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ଶେରଗଡ଼ ଥାନା ଅଧିକାରିଣୀ ମମତା ସାମନ୍ତରାୟ ସଦଳବଳେ ଅଚାନକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆଠ ଜଣ ଜୁଆଡ଼ି ଗିରଫ କରିବା ସମେତ ସେମାନଙ୍କୁ ଠାରୁ ୫୨ ସାର ପତା ସହ ନଗଦ ୬୮୦୦ ଶହ ଟଙ୍କା ଜବତ କରି କେଶ ନଂ ୧୧୭/୨୦୨୧ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଥାନାର ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ ।
(ରିପୋର୍ଟ- ଭିକୁ ନାୟକ। )