ଜୁଆ ଆଡ୍ଡାରେ ଚଢ଼ାଉ: ୯ ଜୁଆଡ଼ି ଗିରଫ,୬୬,୫୧୦ଟଙ୍କା ଜବତ ।

0 357

ଭଞ୍ଜନଗର,୦୩/୧୦(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ବାଇପାସ ରୋଡ଼ରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଶନିବାର ଅପରାହ୍ନରେ ଅଚାନକ ଚଢ଼ାଉ କରି ସେଠାରୁ ୯ଜଣ ସ୍ଥାନୀୟ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ମୋଟ ୬୬,୫୧୦ଟଙ୍କା ସମେତ ୧୧ଟି ମୋବାଇଲ ଫୋନ,ଗୋଟିଏ ବାଇକ ଏବଂ ୨ଟି ତାସ ପ୍ୟାକେଟ ଜବତ କରାଯାଇଛି।ଭଞ୍ଜନଗର ଥାନା କେଶ ନଂ ୫୩୦/୨୦ରେ ମାମଲା ରୁଜୁ ହୋଇଥିବା ଆଇଆଇସି ସୁଦୀପ୍ତ କୁମାର ସାହୁ ଜଣାଇଛନ୍ତି। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.