ଜୀବିକା ଯୋଗାଇଲା ମନରେଗା ମାତ୍ର ୮୫ ହଜାର ଟଙ୍କାରେ ଖୋଳିଲେ ପୋଖରୀ ।

0 401

ବଲୋଗଡ,୦୪/୦୭(ପିପିଟି);  ମାରାତ୍ମକ କରୋନା ମହାମାରୀ ପରିପେକ୍ଷୀରେ ଜୀବନ ଜୀବିକା ସହ ଅନେକ କିଛି ଠପ ହୋଇଯାଇଥିଲା ଘରର ମୁରବି ପୁରୁଷ ପୁଅ ଲକଡାଉନ ପାଇଁ କାମ ହରାଉଥିବାରୁ  ଘରେ ଚୁଲି ଜଳିବା କଷ୍ଟକର ହୋଇଥିଲା । ଏପରିସ୍ଥଳେ ଅଣ୍ଟାଭିଡ଼ିଥିଲେ ଘରର ମହିଳା ଆଉ ମନରେଗାରେ ଖୋଲିଥିଲେ ପୋଖରୀ ଏଭଳି ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ୧ନଂ ୱାର୍ଡ  ଅନ୍ତର୍ଗତ ଟୀକଚୁଆ ଗ୍ରାମରେ । ଗ୍ରାମର ମା ଭଟାରିକା ସ୍ୱୟଂ ସହାୟକ ଗୋଷ୍ଠୀର ୩୦ରୁ ଉର୍ଦ୍ଧ୍ବ ମହିଳା ନିଜର ଶ୍ରମଦାନ ପୂର୍ବକ ମସାଣି ନିକଟସ୍ଥ ପୋଖରୀକୁ ମିଳିମିଶି ଖୋଲିବାସହ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରିଛନ୍ତି l ଏ ସମ୍ପର୍କରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଢଙ୍ଗୀଙ୍କୁ ପଚାରିବାରୁ “ଜୀବନ ଜୀବିକା ସ୍ୱାଭାବିକ କରିବାପାଇଁ ସରକାର  ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଏନ୍ଏସି  ପକ୍ଷରୁ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ କାମ ଯୋଗେଇ ଦିଆଯିବାରୁ ସେମାନେ ବେଶ  ଦି ପଇସା କାମାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଉପରୋକ୍ତ ପୋଖରୀଟି ମାତ୍ର ୮୫,୦୦୦ ଟଙ୍କାରେ ନିର୍ମିତ ହୋଇଥିଲ ଏବଂ ପ୍ରାୟ ୩୦ ଦିନରେ ମହିଳା ଗୋଷ୍ଠୀ ଲାଭବାନ  ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଅଧିକରୁ ଅଧିକ କାର୍ଯ୍ୟ ଯୋଗାଇଦେଲେ ମହିଳାମାନଙ୍କ ଜୀବିକା ସୁଗମ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।
ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.