ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ।

0 286

ସୁବର୍ଣ୍ଣପୁର,୨୩/୦୮(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ୍ ପେଣ୍ଡାରକର ନିଶୁଳ୍କ ଭାବରେ ଏହି ଶିବିରରେ ରୋଗୀମାନଙ୍କୁ ନିଜର ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇଥିଲା । ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ୨୪ ଜଣ ରୋଗୀଙ୍କ ସହିତ ଡଃ ପେଣ୍ଡାରକର ଅତି ଅମାୟିକ ଭାବରେ ମିଶିବା ସହ ଧୈର୍ଯ୍ଯ ର ସହିତ ସେମାନଙ୍କର ସୁବିଧା ଅସୁବିଧା ବୁଝି ସେମାନଙ୍କ ମନରେ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ନୂତନ ଆଶା ସଂଚାର କରାଇପାରିଛନ୍ତି । ଜିଲ୍ଲା କେନସର ନୋଡାଲ୍ ଅଫିସର ଡଃ ନରେନ୍ଦ୍ର ମେହେର୍ ଡଃ ପେଣ୍ଡାରକର ଙ୍କ ଠାରୁ ଆବଶ୍ୟକ ଉପଦେଶ ଗ୍ରହଣ କରି ଏଠାକାର ରୋଗୀମାନଙ୍କୁ ପରବର୍ତ୍ତୀ ସେବା ଯୋଗାଇଦେବେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଷ୍ଟାଫ୍ ନର୍ସ ଏଲି ଭଞ୍ଜ, ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ନାରାୟଣ ରଥ, ସମିର କୁମାର ନାୟକ ସହଯୋଗ କରିଥିଲେ । ଏହି ଅବସରରେ ଡଃଏହି ଶିବିରରେ ସିଡିଏମଓ ଡଃ ଦିଲ୍ଲୀପ କୁମାର ପଣ୍ଡା, ଡ଼ିଏମଓଏମଏସ ଡଃ ପ୍ରଦିପ କୁମାର ଗୁରୁ, ଦୀପିଏଚଓ ଡଃ ରମେଶ ଚନ୍ଦ୍ର ସ୍ଵାଇଁ, ଦିଏଲଓ ଡଃ ତ୍ରିବିକ୍ରମ ପାଣ୍ଡିଆ,ଡ଼ିଟିବିଓ ଡଃ ପଦ୍ମହଂସା ଡୋରା, ଏମଓ ଡଃ ପାର୍ଥପ୍ରତିମ ପଣ୍ଡା, ପ୍ରମୁଖ ଯୋଗଦେଇଥିଲେ । ଓଡିଶା ସରକାର ଅତିଶୀଘ୍ର ସମସ୍ତ ଜିଲ୍ଲାରେ କର୍କଟରୋଗ ନିରୂପଣ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବା କାର୍ଯ୍ୟକ୍ରମ ରହିଛି । ଏହା ଦ୍ଵାରା ରୋଗୀ ମାନଙ୍କୁ ଆଉ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତ ସହର ମାନଙ୍କୁ ଆବଶ୍ୟକ ଚିକିତ୍ସା କିମ୍ବା ପରାମର୍ଶ ପାଇଁ ଯିବାକୁ ପଡିବ ନାହିଁ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.