ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ତିନିମହଲା ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା।

0 374

ରାୟଗଡା,୧୦/୦୭(ପିପିଟି); ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ।ଗତକାଲି ବିଳମ୍ବିତ ରାତିରେ ତିନିମହଲାରେ ରହିଥିବା ବାଥରୁମ କାଚଝରକା ଭାଙ୍ଗି ଡେଇଁ ୨୮ ବର୍ଷୀୟ ରଜନୀ ମେଲେକାଙ୍କ ଆତ୍ମହତ୍ୟା। ତୁମ୍ବିଗୁଡା ବାସିନ୍ଦା ରଜନୀ ମେଲକା ଗତ ୭ ତାରିଖରେ ଜ୍ୱର ଓ ପାଟି ଘା ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିଲେ।ଚିକିତ୍ସା ପରେ ମଧ୍ୟ ତାଙ୍କ ପାଟି ଘା ନ କମି ବରଂ ଅଧିକ ହୋଇ ପାଟି ସାରା ମାଡ଼ି ଯାଇଥିଲା। ତେଣୁ ସେ ଅଧିକ ବିବ୍ରତ ଥିଲେ ବୋଲି ସୂତ୍ରରୁ ପ୍ରକାଶ। ଆଜି ଭୋର ୪ଟା ବେଳେ ସେ ବାଥରୁମକୁ ଯାଇଥିଲେ,ମାତ୍ର ସେ ଫେରିବାର ବିଳମ୍ବ ହେବାରୁ ମେଡିକାଲ ଷ୍ଟାଫ ଖୋଜିଥିଲେ।ତାଙ୍କର ରକ୍ତାକ୍ତ ଶବ ତଳେ ପଡ଼ି ଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥାନରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରିରହିଛି।ତେବେ ରୋଗାକ୍ରାନ୍ତ ଯୋଗୁଁ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି ରାୟଗଡ ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ବିଭିନ୍ନ ରୋଗରେ ମୃତକ ଆକ୍ରାନ୍ତ ରହିଥିବା କଥା ଏଡିଏମଓ ବରଦା ମିଶ୍ର ପ୍ରକାଶ କରିଛନ୍ତି।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.