ଜିଲ୍ଲା ସ୍ତରୀୟ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଶହୀଦ୍ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ।

0 671

ଛତ୍ରପୁର,ତା.୦୨/୧୦(ପିପିଟି); ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୧ ତମ ଏବଂ ଶାସ୍ତ୍ରିଜୀଙ୍କ ୧୧୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ଭବନ ପରିସରରେ ଅବସ୍ଥାପିତ ସ୍ମୃତି ସ୍ତମ୍ଭ ନିକଟରେ ଜାତିର ଜନକ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଫଟୋଚିତ୍ରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ଉତ୍ସବରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ସଂସ୍ଥାପନା ଅଧିକାରୀ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ, ରାଜସ୍ବ ଅଧିକାରୀ ବିଜୟାନନ୍ଦ ସେଠୀ, ତହସିଲଦାର ନୀଳ ମାଧବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସଙ୍କର୍ଷଣ ପଟ୍ଟନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ । ଏହି ଦିବସ ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ପୁରସ୍କାର ବିତରଣ କରାଯିବ । ପ୍ରବନ୍ଧ ଲିଖନ (କନିଷ୍ଠ ବର୍ଗ)ରେ ମିସ୍ ସଙ୍ଗୀତା ସାହୁ, ଭି.ଭି.ଗିରି ସରକାରୀ ମାଧ୍ୟମିକ ସହିଳା ତାଲିମ ବିଦ୍ୟାଳୟ,ବ୍ରହ୍ମପୁର, ମିସ୍ ପ୍ରଯୁକ୍ତାରାଣୀ ମହାନ୍ତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁର ଓ ମିସ୍ ଯସ୍ମିନ୍ ଦଳାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଥିବା ବେଳେ ପ୍ରବନ୍ଧ ଲିଖନ (ବରିଷ୍ଠ ବର୍ଗ)ରେ ମିସ୍ ପ୍ରଜ୍ଞାପ୍ରିୟା ଯାଜ୍ଞସେନୀ ସରସ୍ବତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ବ୍ରହ୍ମପୁର, ମିସ୍ ଆକାଂକ୍ଷା ପଟ୍ଟନାୟକ ସରସ୍ବତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ବ୍ରହ୍ମପୁର ଓ ମିସ୍ ଜି. ଭାଗ୍ୟଲକ୍ଷ୍ମୀ ଦାସ ମହାମାୟୀ ମହିଳା ମହାବିଦ୍ୟାଳୟ ବ୍ରହ୍ମପୁର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବକ୍ତୃତା ପ୍ରତିଯୋଗିତା (କନିଷ୍ଠ ବର୍ଗ)ରେ ମିସ୍ ବିଶ୍ବଜିତା ଦାସ ଓଡିଶା ଆଦର୍ଶ ବିଦ୍ୟାଳୟ କବିସୂର୍ଯ୍ୟ ନଗର, ଅଭିଷେକ ସାମନ୍ତରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହିଲ୍ ପାଟଣା ବ୍ରହ୍ମପୁର ଓ ମିସ୍ ଅର୍ପିତା ତ୍ରପାଠୀ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିବାନନ୍ଦ ନଗର ବ୍ରହ୍ମପୁର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଥିବା ବେଳେ ବକ୍ତୃତା ପ୍ରତିଯୋଗିତା (ବରିଷ୍ଠ ବର୍ଗ)ରେ ମିସ୍ ମୋନାଲିସା ମିଶ୍ର ସାବିତ୍ରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଭଞ୍ଜନଗର, ବିଭୁ ପ୍ରସାଦ ତ୍ରିପାଠୀ ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗର ବ୍ରହ୍ମପୁର ଓ ରାକେଶ ଶତପଥୀ କ୍ଷେତ୍ର ମୋହନବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନରେନ୍ଦ୍ରପୁର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.