ଜିଲ୍ଲା ସ୍ତରୀୟ ପାରମ୍ପାରିକ ମଞ୍ଚ ଓ ଧର୍ମାନୁଷ୍ଠାନ ମୁଖ୍ୟଙ୍କୁ ନେଇ ବାଲ୍ୟ ବିବାହ ନିରୋଧ ବୈଠକ ।

0 272

ଯାଜପୁର,୨୬/୦୫(ପିପିଟି) : ଜିଲ୍ଲାରେ ବାଲ୍ୟ ବିବାହ ସଂପୂର୍ଣ୍ଣ ନିରୋଧ ଏବଂ ଏହାର ନିରାକରଣ ଦିଗରେ କାର୍ଯ୍ୟରତ ଟାସ୍କଫୋର୍ସ ଏବଂ ଜିଲ୍ଲାର ଧର୍ମାନୁଷ୍ଠାନ କର୍ମର୍କା ଯଥା- ମନ୍ଦିର, ମସଜିଦ ଓ ଗୀର୍ଜା ମୁଖ୍ୟ ମାନଙ୍କୁ ନେଇ ଗୁରୁବାର ପୂର୍ବାହ୍ନରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଲା ପ୍ରଶାସନ, ଯାଜପୁର ଓ ଆକ୍ସନ ଏଡ୍, ଓଡିଶା ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରି ୨୦୨୪ ସୁଦ୍ଧା ଜିଲ୍ଲାରେ ବାଲ୍ୟ ବିବାହ ୫୦ ପ୍ରତିଶତକୁ କମ୍ କରିବା ଏବଂ ୨୦୩୦ ସୁଦ୍ଧା ରାଜ୍ୟ ସରକାରଙ୍କ ଧାର୍ଯ୍ୟଲକ୍ଷ୍ୟ ଶୂନ ପ୍ରତିଶତକୁ ଆଣିବା ଲକ୍ଷ୍ୟକୁ ପୂରଣ କରିବାକୁ ସମ୍ମିଳିତ ଭାବେ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଊଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ବିବାହ କାର୍ଯ୍ୟ ସଂପର୍ଣ୍ଣ ହେଉଥିବା ମଠ, ମନ୍ଦିର, ଗୀର୍ଜା ଓ ମସଜିଦ୍ ମାନଙ୍କରେ ଅବସ୍ଥାପିତ ଧାର୍ମିକ ମୁଖ୍ୟ ବା ପୁରୋହିତ ମାନେ ଅଧିକ ଯତ୍ନବାନ ହେବା ଜରୁରୀ । ବାଲ୍ୟ ବିବାହ ନିରାକରଣ ପାଇଁ ସେମାନଙ୍କର ଯଥେଷ୍ଟ ଭୂମିକା ରହିଚ୍ଥି । ସେହିପରି ବାଲ୍ୟ ବିବାହକୁ ରୋକିବା ଦିଗରେ ନିରନ୍ତର କାର୍ଯ୍ୟରତ ସଂଗଠନ ବ୍ୟକ୍ତି ବିଶେଷ, ସ୍ୱେଚ୍ଚ୍ଥାସେବୀ ସଂସ୍ଥା, ଅଙ୍ଗନୱାଡି କର୍ମୀମାନେ ତୃଣମୂଳ ସ୍ତରରେ ଲୋକ ମାନଙ୍କୁ ସଚେତନ କରାଇଲେ ଆଗାମୀ ଦିନରେ ଆମେ ନିଶ୍ଚିତ ସଫଳତା ପାଇବା ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଥିଲେ । ଟାସ୍କଫୋର୍ସର କାର୍ଯ୍ୟଧାରାକୁ ପ୍ରସାରିତ କରିବା ପାଇଁ ବ୍ଳକ୍ ଏବଂ ପଞ୍ଚୟତ ସ୍ତରରେ କମିଟି ଗଠନ କରିବା ସହ ବାରମ୍ୱାର ବୈଠକ ଡକାଯାଇ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବାଲ୍ୟ ବିବାହ ନିରାକରଣ ପାଇଁ ଉପସ୍ଥିତ ଥିବା ଜିଲ୍ଲାର ଧର୍ମାନୁଷ୍ଠାନ ମୁଖ୍ୟଙ୍କ ଠାରୁ ମତାମତ ଲୋଡା ଯାଇଥିଲା । ସମସ୍ତ ମଠ, ମନ୍ଦିର, ଗୀର୍ଜା ଓ ମସଜିଦରେ ବିବାହ ସଂପନ୍ନ କରାଇବାକୁ ହେଲେ ବିବାହ ପାଇଁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସ୍କୁଲ ସାର୍ଟିଫିକେଟ ଅଥବା ଜନ୍ମ ପ୍ରମାଣ ପତ୍ର ସଂଗ୍ରହ କରିବା ଜରୁରୀ ବୋଲି ସେମାନେ ମତ ପୋଷଣ କରିଥିଲେ । ସମ୍ୱେଦନଶୀଳ ବ୍ଳକ ଓ ପାୟତ ସ୍ତରରେ ଡାକବାଜି ଯନ୍ତ୍ର, ବ୍ୟାନର ଓ ହୋଡିଂ ଲଗାଇ ବ୍ୟାପକ ପ୍ରଚାର, ପ୍ରସାର କରାଯିବା ସହ ଅଙ୍ଗନୱାଡି ଓ ଚାଇଲଡ ଲାଇନର କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବା, ବିଦ୍ୟାଳୟ ଚ୍ଥାଡିଥିବା ୧୧ ରୁ ୧୮ ବର୍ଷ ପିଲାଙ୍କୁ ପୁନଃ ବିଦ୍ୟାଳୟ ପ୍ରବେଶ କରାଇବା, ଏସ୍.ଏଚ୍.ଜି. ମାନଙ୍କୁ ସଚେତନତା କାର୍ଯ୍ୟରେ ସାମିଲ କରିବା, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରିବା, ଏବଂ ଏହାର କୁ ପରିଣାମ ବିଷୟରେ ଜନ ସଚେତନ ସୃଷ୍ଟି କରିବା ଆଦି ପ୍ରସ୍ତାବ ବୈଠକରେ ଉପସ୍ଥାପନା କରାଯାଇଥିଲା । ଜିଲ୍ଲାରେ ଥିବା କଲ୍ୟାଣ ମଣ୍ଡପ, ବିବାହ ମଣ୍ଡପ ଗୁଡିକୁ ଚିହ୍ନଟ କରି ସେଠାରେ ହୋଇଥିବା ବିବାହ ଆଦିର ପ୍ରାକ୍ ପଞ୍ଜିକରଣ କରି ଜିଲ୍ଲା ଟାସ୍କଫୋର୍ସକୁ ଜଣାଇବାକୁ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲ । ଆକ୍ସନ ଏଡ୍ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଡିଗାଲ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର କାର୍ଯ୍ୟଧାରା ଏବଂ ବୈଠକରେ ଉପସ୍ଥିତ ସଦସ୍ୟ ମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଳା ସଂସ୍କୃତି ଅଧିକାରୀ ଦୁର୍ଯ୍ୟଧନ ମଲ୍ଲିକ, ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଶିଶୁ ମଙ୍ଗଳ କମିଟିର ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି, ହିନ୍ଦୁ,ମୁସଲମାନ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ମୁଖ୍ୟ, ସ୍ୱେଚ୍ଚ୍ଥାସେବୀ ସଂଗଠନର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.