ମାଲକାନଗିରି, ତା:୨୬/୦୮(ପିପିଟି); ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସଭା ଗୃହ ଠାରେ ଗ୍ରାମ୍ଯ ନିର୍ମାଣ ବିଭାଗ ତରଫରୁ ୭୫ତମ ବାର୍ଷିକ ସ୍ବାଧୀନତା ଦିବସ ପୂର୍ତ୍ତି ପରିପ୍ରେକ୍ଷୀରେ “ଆଜାଦି କା ଅମୃତ ଉତ୍ସବ” ଓ ପ୍ରଧାନ ମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ,ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ମାଲକାନଗିରି ଗ୍ରାମ୍ଯ ନାର୍ମାଣ ବିଭାଗର କାର୍ଯ୍ଯ ନିର୍ଯାହୀ ଯନ୍ତ୍ରୀ ଭାରା ପ୍ରସାଦ ରାଓ,ଇଂ ଆଶୀଷ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲାରେ ୪୦୮ଟି ପ୍ରଧାନ ମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ଯ ସମାପ୍ତ ହୋଇଥିବା ବେଳେ ୧୯୮୭.୩୩ ରାସ୍ତା ଓ ୨୫ ଗୋଟି ସେତୁ ନିର୍ମାଣ କରାଯାଇଛି । ଫଳରେ ମାଲକାନଗିରି ଜିଲ୍ଲାରେ ଥିବା ୭୩୫ ଗୋଟି ଗ୍ରାମକୁ ସଂଯୋଗ ସ୍ଥାପନ ହୋଇପାରିଛି । ନିମନ୍ତ୍ରିତ ଅତିଥିମାନେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦିଗରୁ ବିକାଶର ଚିତ୍ରକୁ ଉପସ୍ଥାପନ କରିଥିଲେ । ଗ୍ରାମଞ୍ଚଳରେ ରାସ୍ତା ସଂଯୋଗିକରଣ ଯୋଗୁଁ ଜିଲ୍ଲାର ସ୍ବାସ୍ଥ୍ଯ,ଶିକ୍ଷା,ବ୍ଯବସାୟ ବାଣିଜ୍ଯ କାରବାର ଏବଂ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହେବା ଉପରେ ମତ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଇଂ କାର୍ତ୍ତିକ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଧନ୍ଯବାଦ ଅର୍ପଣ କରିଥିଲେ ।ଏହି ବୈଠକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)