ଜିଲ୍ଲା ସହଯୋଗାଣ ଅଧିକାରୀ ଧାନମଣ୍ଡିରୁ ଧାନ ନ ଉଠେବାରୁ ସେବା ସମବାୟ ସମିତି ଲିଃ ସମୁଖରେ ଅମରଣ ଅନଶନ।

0 379

ବୋଲଗଡ଼,୧୩/୦୨(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଶ୍ରୀଚନ୍ଦନପୁର (ହାଟବସ୍ତ) ପାଟ୍ଟଣା ସେବା ସମବାୟ ସମିତି ଲିଃ ସମ୍ମୁଖ ରେ ଗତ ନଅତାରିଖ ଦିନ ଧାରଣା ଦେଇଥିଲେ ଚାଷୀ। ସରକାରଙ୍କ ନିଦ୍ଦେର୍ଶ କ୍ରମେ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ୧୪୦୦୦ କ୍ବିଣ୍ଟାଲ୍ ର ଧାନ ମଣ୍ଡୀରୁ କ୍ରୟ କରିବାକୁ ଧାର୍ଯ୍ୟ ରଖିଛନ୍ତି। ନିୟମ ଅନୁଯାୟୀ ମଣ୍ଡୀରୁ ସପ୍ତାହରେ ୨ଥର ଧାନ ଉଠାଇବା କଥା, କିନ୍ତୁ ସପ୍ତାହକୁ ୧ହଜାର କୁଇଣ୍ଟାଲ ଧାନ ଉଠାଇଛନ୍ତି। ଗତ ଡିସେମ୍ବର ମାସ ୨୯ ତାରିଖରୁ ଆାଜି ପଯ୍ୟନ୍ତ ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତିର ମଣ୍ଡୀରୁ ମୋଟ ରେ ୫୨୦୦ କ୍ବିଣ୍ଟାଲ୍ ଧାନ ଉଠା ଯାଇଛି। ଯାହା ମୋଟ ରେ ଶତକଡା ୩୫% ଭାଗ ଧାନ ଉଠା ଯାଇଛି।କିନ୍ତୁ ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ନିରାଶ ହେବାପରେ ଚାଷୀ ମାନେ ଗତ ନଅ ତାରିଖରେ ଧାରଣାରେ ବସିଥିଲେ। କିନ୍ତୁ ଏହା ପରେ ACSOଆସି ସବୁ ଧାନର ଉଠାଇବାର ପ୍ରତିଶୃତି ଦେଇଥିଲେ। ଚାଷୀ ମାନଙ୍କର ଲିଷ୍ଟ କରି ଆନ୍ଦୋଳନକୁ ଭାଙ୍ଗି ଥିଲେ। କିନ୍ତୁ ଏଗାର ତାରିଖ ସୁଦ୍ଧା କୌଣସି ମିଲର କି କୈୗଣସି ଅଧିକାରୀ ଆସି ଧାନ ଉଠାଇ ନାହାଁନ୍ତି। ଚାଷୀ ମାନେ ବାସ୍ତରୀ ଘଣ୍ଟା ନିରବ ରହିବାପରେ ଗତ ବାର ତାରିଖ ଦିନ୧୧ ଟା ସମୟରୁ ଶତୃଘ୍ନ ଜେନା ଓ ବଂଶୀଧର ସାହୁ ଓ କିଛି ଚାଷୀ ମାନଙ୍କ ସହିତ ଅମରଣ ଅନଶନରେ ଶ୍ରୀ ଚନ୍ଦନପୁରୁ ସେବାସମବାୟ ସମୁଖ ରେ ବସିଛନ୍ତି ବର୍ତମାନ ସୁଦ୍ଧା କୌଣସି ଅଧିକାରୀ ଓ ପ୍ରଶାସନ ପହଞ୍ଚି ନାହାଁନ୍ତି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.