ଜିଲ୍ଲା ସମବାୟ ସମିତିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା।

0 353

ବ୍ରହ୍ମପୁର,୧୦/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଭାବାନଗର ସ୍ଥିତ ବାସ ଭବନ ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ସୂଚନା ପ୍ରକାରେ ଗତ ମଙ୍ଗଳବାର ଦିନ ତରାତାରିଣୀ ପିଠରେ ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟବିତ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ସେଥିରେ ସର୍ବ ସମ୍ମତି କ୍ରମେ ଏକ କମିଟି ଗଠନ କରି ବିଭିନ୍ନ ପଦ ପଦବୀ ଚୟନ କରାଯାଇଥିଲା । ଉକ୍ତ କମିଟିକୁ ଆଜି ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କମିଟିର ନବ ନିଯୁକ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିନସ୍ତ ସମସ୍ତ ସମବାୟ ସମିତି କିପରି ଅର୍ଥନୀତିକ ଉନ୍ନତି ଓ ସମସ୍ତ ଗ୍ରାମାଞ୍ଚଳରେ ଏକ ନୂତନ ଦିଗର ପ୍ରସାର ଉପରେ ସମବାୟବିତ ମାନେ ଗୁରୁତ୍ଵ ଦିଅନ୍ତୁ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ । ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସହାୟକ ହେଉ ସମବାୟ ଏବଂ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାଷୀ ମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଶୃଦୃଢ଼ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନକୁ ସଫଳ କରନ୍ତୁ ବୋଲି ଜିଲ୍ଲା ବିଜେଡି ସଭାପତି ସମବାୟବିତର ପଦ ପଦବୀଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ ପରେ ପରେ କମିଟି ବୃନ୍ଦ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ପାଢିଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ପରିଶେଷରେ ପୂର୍ବତନ ବ୍ଳକ ସଭାପତି ତଥା ବିଜେଡି ନେତା ସନ୍ୟାସୀ ଜେନାଙ୍କ ପିତା ବିଜୁଳି ଜେନାଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଆଜିର ଅନୁଷ୍ଟିତ କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମବାୟବିତ କମିଟିର ସଭାପତି ସୂର୍ଯ୍ୟ କାନ୍ତ ପରିଡା, ଉପ ସଭାପତି କୈଳାଶ ରଣା,ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂ, ଉପଦେଷ୍ଟା ସିମାଞ୍ଚଳ ପାଢି,ସାଧାରଣ ସମ୍ପାଦକ ଅଜୟ ମହାରଣା,ମସିହାଖାଲି ଗ୍ରାମର ପୂର୍ବତନ ସମିତି ସଭ୍ୟ ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.