ଜିଲ୍ଲା ପ୍ରଶାସନ ତରଫରୁ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ବୈଠକ ।

0 551

ଜଗତସିଂହପୁର,୧୭/୧୧ (ପିପିପିଟି): ଜଗତସିଂହପୁର ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ସରୋଜ କାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶାର ସୂଚନା ଲୋକସମ୍ପର୍କ ଓ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଡା.ରାଜଶ୍ରୀ ମଲିକ ,ଜିଲ୍ଲା ଯୋଗାଣ ନିରୀକ୍ଷକ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଆଗାମୀ ଜାନୁଆରୀ ମାସ ୩ତାରିଖରେ ଜିଲ୍ଲାର ପଞ୍ଜିକୃତ ପାଖାପାଖି ୪୦ହଜାର ଚାଷୀଙ୍କଠାରୁ ପାଖା ପାଖି ୮୬ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ୧୦୫ଗୋଟି ସେବାସମବାୟ ସମିତି ମାଧ୍ୟମରେ ଏହି ଧାନ କ୍ରୟ କରାଯିବ । ଚାଷୀ ମାନେ ଯେଉଁ ଦିନ ଧାନ ଦେବେ ସେହି ଦିନ ତାଙ୍କର ବ୍ଯାଙ୍କ ଖାତାକୁ ଧାନ ଟଙ୍କା ପଠାଯିବ ବୋଲି ଜିଲ୍ଲା ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.