ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ।

0 1,053

ଛତ୍ରପୁର ,ତା.୧୯/୦୧(ପିପିଟି); ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ୍ ରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ମାନଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜୀବନ ଓ ଜୀବୀକା, ମିଶନ୍ ଶକ୍ତି, ଛତୁଚାଷ, ଗାଇ ଗୁହାଳ, ମଡେଲ କମ୍ପୋଷ୍ଟ ଫିଟ୍, ସ୍ମାର୍ଟ କ୍ଲାସ୍, ପାନୀୟ ଜଳ, ପରିମଳ ଆଦି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ନରେଗା କାର୍ଯ୍ୟ ର ତଦାରଖ କରିବା ସହ ମୋ ଉପକାରୀ ବଗିଚାର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଲ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମିଶନ୍ ଶକ୍ତି ସହାୟତାରେ ଜିଲ୍ଲାରେ ଛତୁଚାଷ ବୃଦ୍ଧି ଉପରେ ଗୁରୁତ୍ବ ଦେବାପାଇଁ କହିଥିଲେ । ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟ ଗ୍ରାମ ପଞ୍ଚାୟତ ସ୍ତରରୁ ସମୀକ୍ଷା ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବର୍ତ୍ତମାନ ସ୍ବଚ୍ଛ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏଣୁ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେବାପାଇଁ ଜିଲ୍ଲାପାଳ ଜଣାଇଥିଲେ । ସୁନାପୁର ଓ ତପ୍ତପାଣି ଠାରେ ଆବର୍ଜନା ପରିଷ୍କାର କରିବା ସହ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀକୁ ସ୍ମାର୍ଟ କ୍ଲାସ୍ ରେ ପରିଣତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସଫେଇ କରିବା ସହ ସେଗୁଡିକୁ ପ୍ଲାଷ୍ଟକ୍ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.