ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ।

0 665

ଛତ୍ରପୁର ,ତା-୨୪/୧୦(ପିପିଟି); ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ହୋଇଯାଇଛି ।ଜଙ୍ଗଲ ବିଭାଗ, ଉଦ୍ୟାନମ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା କାର୍ଯ୍ୟ କରାଯାଉଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ସମୀକ୍ଷା ଅବସରରେ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଜଣାଇଥିଲେ ଯେ ନିଜ ନିଜ ବିଭାଗରେ ଚାରା ରୋପଣ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ କରନ୍ତୁ ନଚେତ୍ ବୃକ୍ଷ ରୋପଣ ନିମନ୍ତେ କରାଯାଇଥିବା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଦିଗରେ ବ୍ୟତିକ୍ରମ ଦେଖାଯିବ । ସୁପ୍ତ ହୋଇ ରହିଥିବା ହିତାଧିକାରୀ ମାନଙ୍କୁ ଚଳ ଚଞ୍ଚଳ କରି ଅଧିକ ଜବ୍ କାର୍ଡ ପ୍ରଦାନ ଫଳରେ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ସହଜ ହେବ । “ମୋ କାରୀ ବଗିଚା” ଯୋଜନାରେ ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇପାରିବ । ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରତି ବୁଧବାର ଦିନ ଅନୁଷ୍ଠିତ ହେଉଥିବା ରୋଜଗାର ମେଳାରେ ଅଧିକ ଜବ୍ କାର୍ଡ ପ୍ରଦାନ କରି ଅଧିକ ଶ୍ରମ ଦିବସ ସୃଷ୍ଟି ଦିଗରେ ବିଡିଓ ଗଣ ପଦକ୍ଷେପ ଗ୍ରହଣ କରନ୍ତୁ । ସ୍ବୟଂ ସହାୟକ ଗୋଷ୍ଠୀକୁ ଚିହ୍ନଟ କରି ସେମାନଙ୍କ ଦ୍ବାରା ପ୍ରତି ବ୍ଲକ୍ ରେ ଆଦର୍ଶ ଛତୁ କେନ୍ଦ୍ର କରାଯାଉ । ବିଗତ ବୈଠକ ଏଜେଣ୍ଡା ପ୍ରକାରେ ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଦୈନିକ ତିନି ହଜାର ଶ୍ରମ ଦିବସ ସୃଷ୍ଟି ହୋଇଥିବା ହେତୁ ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଦିଆଯାଇଥିବା ଲକ୍ଷ୍ୟଧାର୍ଯ୍ୟ ପୂରଣ ଦିଗରେ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଖଣ୍ଡିୟ ବନ ଅଧିକାରୀ ଅମ୍ଲାନ ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଗୃହ ସୌମ୍ୟ ରଞ୍ଜନ ହୋତା କୃଷ୍ଣଚନ୍ଦ୍ର ପଣ୍ଡା ଓ.ଏସ୍.ଡି ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.