ଉଲୁଣ୍ଡା,୧୧/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ରେ ରବିଧାନ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇ ଥିବାବେଳେ ଏହାର ସମାଧାନ ଦାବିରେ ଶେଷରେ ଚାଷୀ ରାଜରାସ୍ତାକୁ ଓହ୍ଲାଇଛି ।ଆଜି ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଆଜି ସୋନପୁର ସମ୍ବଲପୁର ରାସ୍ତା ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି ।ଚାଷୀମାନେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ।ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ଯାନବାହନ ଅଟକି ରହିଥିଲା । ଜିଲ୍ଲା କୃଷକ ସଙ୍ଗଠନ ଉପସଭାପତି ବୈକୁଣ୍ଠ ନାଥ ଶତପଥୀଙ୍କ ନେତୃତ୍ୱରେ ଚାଷୀମାନେ ୮ ଦଫା ଦାବି ନେଇ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଚାଷୀ ଧାନ ଚାଷ କରିଥିବା ସଂପୂର୍ଣ୍ଣ ଜମିର ପଞ୍ଜିକରଣ ,ଚାଷୀ ପଞ୍ଜିକରଣ ରେ ଭାଗ ଚାଷୀଙ୍କ ନାମ ବାଦ ପଡ଼ିଅଛି । ଏମାନଙ୍କ ନାମ ପୁନଃ ପଞ୍ଜୀକରଣ, ଟୋକନ ଅବଧି ଶେଷ ହୋଇଥିବା ଟୋକନକୁ ପୁନଃ କାର୍ଯ୍ୟକ୍ଷମ, ତ୍ରୁଟିପୂର୍ଣ୍ଣ ପଞ୍ଜିକରଣ ହୋଇଥିବା ଜମିର ପରିମାଣକୁ ସଂଶୋଧନ କରାଯାଇ ସେଥିରେ ଚାଷୀର ଉତ୍ପାଦିତ ଧାନକୁ ବିକ୍ରି ପାଇଁ ଅନୁମତି , ମିଲର ଓ ପେକ୍ସ ମଧ୍ୟରେ ଦଲାଲ ରାଜ ବନ୍ଦ,ଏଫ.ଏ .କ୍ୟୁ ମାନ ଧାନ ଆଳ ଦେଖାଇ ଚାଷୀଙ୍କ ଠାରୁ କଟଣି ଛଟଣି ସମ୍ପୂର୍ଣ୍ଣ ବନ୍ଦ,ଧାନ କ୍ରୟ ବେଳେ ଚାଷୀଙ୍କ ଅଖା ବସ୍ତା ,ପୋଲିଥିନ ବସ୍ତା ଫେରସ୍ତ ଆଦି ପ୍ରମୁଖ ମୁଖ୍ୟ ଦାବି ରହିଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଜୋରଦାର କରିବୁ ବୋଲି ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)