ଛତ୍ରପୁର,୧୧/୦୫(ପିପିଟି): ଜିଲ୍ଲାସ୍ତରୀୟ ସମ୍ମନିତ ଶିଶୁ ବିକାଶର ସମୀକ୍ଷା ବୈଠକ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନ କୁମାରୀ ଖେସଙ୍କ ଅଧ୍ୟକତାରେ ଓସ୍ଵନ୍ ହଲ୍ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜଣାଇଛନ୍ତି ଯେ ଆସନ୍ତା ବର୍ଷାଋତୁ ପୂର୍ବରୁ ଜିଲ୍ଲାର ସମସ୍ତ ଅସମ୍ପୂର୍ଣ୍ଣ ହୋଇରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକର କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ସ୍ଥାନୀୟ ସମ୍ମନିତ ଶିଶୁ ବିକାଶ ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ଅଙ୍ଗୱାଡ଼ି କେନ୍ଦ୍ରଗୁଡ଼ିକରେ ବିଦ୍ୟୁତକରଣ ,ଶୌଚାଳୟ ନିର୍ମାଣ, ପିଇବା ପାଣିର ବ୍ୟବସ୍ଥା, ପାଚେରୀ ନିର୍ମାଣ ଓ ମୋ ଉପକାର ବଗିଚା ନିର୍ମାଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ଚତଃପାଶ୍ୱର୍ରେ ପରିସ୍କାର ପରିଛନ କରି ରଖିବା ପାଇଁ କୁହାଯାଇଛି। ଯେଉଁ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ ହୋଇନାହିଁ ସେଠାରେ ତୁରନ୍ତ ଜାଗା ଚିହ୍ନଟ କରି ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିବା ପାଇଁ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ସମ୍ପୂର୍ଣ୍ଣ ହୋଇଥିବା ମିଶନ ଶକ୍ତୀ ଗୃହର ବିଦ୍ୟୁତ କରଣ ଓ ପାଣି ସଂଯୋଗ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାସ୍ବତ ସାହୁ,ସମସ୍ତ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ସୁପରଭାଜର,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ ।