ଛତ୍ରପୁର,୨୩/୦୮(ପିପିଟି): ଗଞ୍ଜାମ ପ୍ରଶାସନ ଆନୁକୂଲ୍ୟରେ ଓ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ )ଙ୍କ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁରରେ ଆସନ୍ତା ୨୫ ଓ ୨୬ ରେ ଅନୁଷ୍ଠିତ ହେବାକୁ ଥିବା ପେନସନ ଅଦାଲତ ଅନିବାର୍ଯ୍ୟ କାରଣ ବଶତଃ ଏହାକୁ ସଂସ୍କୃତି ଭବନ ପରିବର୍ତ୍ତେ ଡିଆରଡିଏ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଅଛି । ତେଣୁ ଗଞ୍ଜାମ ଜିଲ୍ଲାର ସମସ୍ତ ପେନସନର ଯେଉଁମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇ ପରି ନାହାଁନ୍ତି ସେମାନେ ତାଙ୍କର ଅଭିଯୋଗ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଉପସ୍ଥାପନ କରିବେ ।