ଜିଲ୍ଲାର ଖବରକାଗଜ ବିତରକ ମାନଙ୍କୁ ପରିଚିୟ ପତ୍ର ବଣ୍ଟନର ଶୁଭାରମ୍ଭ ।

0 188

ଛତ୍ରପୁର,୦୨/୦୫(ପିପିଟି): ଖବର କାଗଜ ବିତରକ ମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୩.୧୨.୨୦୨୧ ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିଥିଲେ । ପଞ୍ଜିକୃତ କରାଯାଇଥିବା ସମସ୍ତ ଖବରକାଗଜ ବିତରକ ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପୂର୍ବକ ପ୍ରତ୍ୟେକଙ୍କ ଜମାଖାତାକୁ ୬୦୦୦ ଟଙ୍କା ଲେଖାଏଁ ପଠାଯାଇଥିଲେ । ଏହାଦ୍ୱାରା ସେମାନେ ବହୁତ ଉପକୃତ ହୋଇଥିଲେ । ଏହାସହିତ ସେମାନଙ୍କୁ ଅଣସଂଗଠିତ ଶ୍ରମିକ ଭାବେ ସାମିଲ କରାଯାଇଥିଲା । ମଇ ୧ ତାରିଖ ଦିନ ପାଳିତ ହୋଇଥିବା ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପ୍ରଶାସନ ଓ ଶ୍ରମ ବିଭାଗ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ସଂସ୍କୃତି ଭଵନ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ କାର୍ଯ୍ୟକ୍ରମରେ ପଞ୍ଜିକୃତ ଜିଲ୍ଲାର ଖବରକାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନର ଶୁଭାରମ୍ଭ କରଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅତିଥିଙ୍କୁ ଗହଣରେ ପରିଚୟ ପତ୍ର ଆବଣ୍ଟନ ହୋଇଥିଲା । ପର୍ଯ୍ୟାୟ କ୍ରମେ ଜିଲ୍ଲାର ପଞ୍ଜିକରଣ ହୋଇଥିବା ସମସ୍ତ ବିତରକ ମାନକୁ ସେମାନଙ୍କ ଉପଖଣ୍ଡରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନଙ୍କ ଦ୍ୱାରା ଏହି ପରିଚିତ ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ଅବସରରେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଖବରକାଗଜ ବିତରକ ସଂଘର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା, ସଭାପତି କିଶୋର ଚନ୍ଦ୍ର ସେନାପତି, ଉପ ସଭାପତି କେ. ରମେଶ, ସମ୍ପାଦକ ନିରଞ୍ଜନ ଦାଶ , ସହଯୋଗ କରିଥିଲେ ।

Leave A Reply

Your email address will not be published.