ଜିଲ୍ଲାରେ ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ ।

0 1,108

ଛତ୍ରପୁର,ତା-୧୩/୧୧(ପିପିଟି) ; ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ହେବାକୁ ଥିବା ଫଟୋ ଭୋଟର ତାଲିକା ର ସ୍ୱତନ୍ତ୍ର ସାରାଂଶ ସଂଶୋଧନ କାର୍ଯ୍ୟକ୍ରମ ନେଇ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ ରାଜନୈତିକ ଦଳର ପ୍ରତିନିଧୀ ଓ ଗଣମାଧ୍ୟମ ପ୍ରତିନିଧୀମାନଙ୍କର ଉପସ୍ଥିତିରେ ଏହି ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ଅଗଷ୍ଟ ୧୦ତାରିଖ ଠାରୁ ଅକ୍ଟୋବର ମାସ ୩୧ତାରିଖ ମଧ୍ୟରେ ମତଦାନ କେନ୍ଦ୍ର ଗୁଡିକର ଯୁକ୍ତିଯୁକ୍ତ /ପୂନଃ-ବ୍ୟବସ୍ଥା ଡିଏସଇ ଏବଂ ଏପିକ ର ଅସଙ୍ଗତିକୁ ହଟାଇବା କାର୍ଯ୍ୟ ଶେଷ ହେବା ସହିତ ବିଭାଗ/ ଅଂଶ ଗୁଡିକର ପୁନଃ ନିର୍ମାଣ ଏବଂ ମତଦାନ କେନ୍ଦ୍ର ଗୁଡିକର ଅଂଶ / ଭାଗ ସୀମା ଅବସ୍ଥାନରେ ପ୍ରସ୍ତାବିତ ଗୁଡିକ ଚୂଡାନ୍ତକରଣ ଏବଂ ମତଦାନ କେନ୍ଦ୍ର ତାଲିକାର ଅନୁମୋଦନ କାର୍ଯ୍ୟ ଶେଷ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଥିଲେ ଯେ ନଭେମ୍ବର ୧୬ତାରିଖରେ ଭୋଟର ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯିବ । ଏଥିରେ ଥିବା ତ୍ରୁଟି ଗୁଡିକୁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଭୋଟର ତାଲିକା ସଂଶୋଧନ କରାଇବେ । ୧.୧.୨୦୨୧ ସୁଦ୍ଧା ଯେଉଁ ମାନଙ୍କୁ ୧୮ବର୍ଷ ହୋଇଥିବ ସେମାନେ ଏହି ଭୋଟର ତାଲିକାରେ ନିଜର ନାମ ପଞ୍ଜୀକରଣ କରାଇପାରିବେ । ଯେଉଁ ମାନେ ସ୍ଥାନାନ୍ତରିତ ବା ମୃତ ହୋଇଥିବେ ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ କରାଯିବ । ନଭେମ୍ବର ୧୬ତାରିଖ ରୁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଦାବୀ ଓ ଆପତ୍ତି ଗ୍ରହଣ କରାଯିବ । ଭୋଟର ତାଲିକାର ସଂଶୋଧନ ସଂପର୍କରେ ଗଂଜାମ ଜିଲ୍ଲାରେ ସ୍ୱତନ୍ତ୍ର ଅଭିଯାନ ମାସର ଦୁଇଗୋଟି ଶନିବାର ଏବଂ ରବିବାର ଦିନ ଅନୁଷ୍ଠିତ ହେବ । ଭୋଟର ତାଲିକା ସଂଶୋଧନ ସଂପର୍କିତ ଦାବୀ ଓ ଆପତ୍ତି ଗୁଡିକର ଫଇସଲା ଅସନ୍ତା ଜାନୁୟାରୀ ୫ତାରିଖରେ ଅନୁଷ୍ଠିତ ହୋଇ ଭୋଟର ତାଲିକାର ଚୂଡାନ୍ତ ପ୍ରକାଶନ ଜାନୁୟାରୀ ୧୫ତାରିଖରେ କରାଯିବ । ନିର୍ବାଚନ କମିସନର ଭୋଟର ତାଲିକା ଟିକୁ ନିର୍ଭୁଲ କରି ପ୍ରକାଶନ ଦିଗରେ ଗୁରୁତ୍ୱ ଦେଇଛନ୍ତି । ଯାହାରି ଫଳରେ ନିର୍ବାଚନ କାର୍ଯ୍ୟ ସୂଚାରୁପେ ସଂପାଦିତ ହୋଇପାରିବ । ଗଂଜାମ ଜିଲ୍ଲାରେ ବିଏଲଓ ମାନେ କରୋନା ନିୟମ ପାଳନ କରି ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପରିଚାଳନା କରାଇବେ ।ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ. ବିଜୟାନନ୍ଦ ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରି ରବି ନାରାୟଣ ବେହେରାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଗଣ ଓ ଗଣମାଧ୍ୟମର ପ୍ରତିନିଧୀ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.