ଜିଲ୍ଲାପାଳଙ୍କ ସହ ଛଟେଇ କର୍ମଚାରୀଙ୍କ ଆଲୋଚନା ।

0 119

ପଦ୍ମପୁର,(ପିପିଟି ନ୍ଯୁଜ୍)୧୮/୦୫,ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନ ରେ ନାହିଁ ନଥିବା ପାଲା ଚାଲିଛି । ଏଇ କିଛିଦିନ ତଳେ କେନ୍ଦୁପତ୍ର କର୍ମଚାରୀ ମାନେ ନିଜ ପେଟ ପାଟଣା ପାଇଁ ବିଭିନ୍ନ ଜାଗାରେ ରାସ୍ତା ମଧ୍ୟ ଜାମ କରିଥିଲେ ତାଙ୍କର ନ୍ୟାୟୋଚିତ ଦାବୀ ସମୁହକୁ ନେଇ ତାଙ୍କ ମାନଙ୍କ ଦାବୀକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ କରୋନା ମହାମାରୀ ସମୟରେ କୌଣସି ସିଜିନାଲ କର୍ମଚାରୀଙ୍କୁ ଛଟେଇ ନ କରିବାକୁ ଆଶ୍ୱାସନା ପ୍ରଦାନ କରିଥିଲେ ସୁଦ୍ଧା କେନ୍ଦୁପତ୍ର ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନାକୁ ଧୂଆଁବାଣରେ ପରିଣତ କରଦେଇଛି । ଉକ୍ତ ଡିଭିଜନ ରେ ୧୪୫ ଜଣ ମୁନସୀଚପରାସୀଙ୍କୁ ହଠାତ୍ ଛଟେଇ କରି ଦିଆଯାଇଛି । ଆଜି ଏସମ୍ପର୍କ ରେ ପଦ୍ମପୁର ଡିଭିଜନ କର୍ମଚାରୀ ସଂଘ ର ଏକ ପ୍ରତିନିଧି ଦଳ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ସାଥିରେ ନେଇ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲୋ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ତାଙ୍କ ଚ୍ୟାମ୍ବରକୁ ଡାକି ଏସମ୍ପର୍କ ରେ ଆଲୋଚନା କରିଥିଲୋ ଯଦି ଏହାର ଆଶୁ ସମାଧାନ ନ ହୁଏ ତେବେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେବା ସଂଗେସଂଗେ ଏକ ଚରମ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ସମସ୍ତ ବିଷୟ ଅବଗତ ପରେ ବିଭାଗୀୟ ଡି.ସି.ସି.ଏଫ୍ ଙ୍କ ପାଖକୁ ସ୍ମାରକ ପତ୍ର ତୁରନ୍ତ ପଠାଇବି ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.