ମାଲକାନଗିରି,୨୧/୦୬(ପିପିଟି):
ମାଲକାନଗିରି ବ୍ଲକ ସ୍ଥିତ ଝାରାପଲ୍ଲୀ ପଞ୍ଚାୟତର ଜିଏନ ହାଇସ୍କୁଲରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଜଗବନ୍ଧୁ ମିଶ୍ର,ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀ ଦାସ,ହିନ୍ଦି ଶିକ୍ଷକ ଭଜମନ ପାତ୍ର,ସଂସ୍କୃତ ଶିକ୍ଷିୟିତ୍ରୀ ମୋନାଲିସା ଆଇଜି,ଶାରୀକ ଶିକ୍ଷକ ସୂର୍ଯ୍ଯକାନ୍ତ ପାଣିଗ୍ରାହୀ, କନିଷ୍ଠ କିରାଣୀ ସଂଗ୍ରାମ କେଶରୀ ରାଉତ ସହ ଛାତ୍ରଛାତ୍ରୀମାନେ ଯୋଗ ଦିବସ ପାଳନ କରିଥିଲେ । ପ୍ରଧାନ ଶିକ୍ଷକ ଜଗବନ୍ଧୁ ମିଶ୍ର ଯୋଗ ଦିବସର ତାତ୍ପର୍ଯ୍ଯ ସଂପର୍କରେ ବୁଝାଇଥିଲେ । ସୂର୍ଯ୍ଯକାନ୍ତ ପାଣିଗ୍ରାହୀ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏହି ଅବକାଶରେ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ ।
( ରିପୋର୍ଟ:ବରିଷ୍ଠ ସାମ୍ବଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)