ଭଞ୍ଜନଗର,୧୨/୦୩(ପିପିଟି): (ସମିସ)ଭଞ୍ଜନଗର ଶ୍ରୀ ବିହାର ଠାରେ ଥିବା ଘୁମୁସର ଆବାସିକ ଉଚ୍ଚ ବିଦ୍ୟାଳୟ ରେ +୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠାନର ସଭାପତି ଅମର ନାଥ ରଥ ଏବଂ ସମ୍ପାଦକ ତ୍ରୈଲୋକ୍ୟ ପଣ୍ଡା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । କଲେଜ ଅଧକ୍ଷ ଗୌରୀ ଶଙ୍କର ହୋତା ଅଧକ୍ଷତା କରିଥିବା ବେଳେ ଉତ୍ସବକୁ ସ୍ଵାଗତିକା ଜେନା ଏବଂ ବାଦଲ ବିଷୋୟୀ ପରିଚାଳନା କରିଥିଲେ । ଛାତ୍ରୀ ଲିପି ଗୌଡ଼ଙ୍କ ବେଦପାଠ କରିଥିଲେ । ସମୟଚିତ ନିଷ୍ପତ୍ତି ଏବଂ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ଜୀବନକୁ ଶରସ ସୁନ୍ଦର କରି ଗଢି ତୋଳିବାରେ ସହାୟକ ହୁଏ ବୋଲି ବକ୍ତା ମାନେ ମନ୍ତବ୍ୟ ରଖିଥିଲେ ।ଜିଆରସିର ଛାତ୍ରଛାତ୍ରୀଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରି ଶୈକ୍ଷିକ ବାତାବରଣ ରେ ଶୃଙ୍ଖଳିତ ହେବାର ରାସ୍ତା ଖୋଲିଦେଇଛି ବୋଲି ଛାତ୍ରଛାତ୍ରୀ ସଚିନ, ଶୁଭମ, ଲିପି, ହରପ୍ରିୟା, ସ୍ୱୟଂଶ୍ରୀ ମତ ରଖିଥିଲେ । ଏଥିରେ ଅଧ୍ୟାପକ ଦିଲ୍ଲୀପ ତ୍ରିପାଠୀ,ଶ୍ରୀନିବାସ ପାତ୍ର, ଦାମୋଦର ପାତ୍ର, ଗିରୀଶ ଚନ୍ଦ୍ର ଦାସ, ଦିଲ୍ଲୀପ ନାୟକ, ସସ୍ମିତା ଦାସ, ସିପ୍ରା ସ୍ୱାଇଁ, ଗାୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅନୁଭବ ନାୟକ ସଙ୍ଗୀତ ପରିବେଷଣ ଏବଂ ଅଭିଜିତ ଗୌଡ଼ଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )