ବ୍ରହ୍ମପୁର, ୨୭/୦୪(ପିପିଟି): ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦେଇ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। ଜାଲ୍ ସାର୍ଟିଫିକେଟ ଘଟଣାରେ ଜଣେ ଶିକ୍ଷୟତ୍ରୀଙ୍କୁ ଧରାକୋଟ ପୁଲିସ ଗିରଫ କରିଛି। ଶିକ୍ଷୟତ୍ରୀ ପ୍ରତିମା ସାହୁଙ୍କ +୨ ସାର୍ଟିଫିକେଟ ଓ ମାର୍କସିଟ ରେ ଜାଲ୍ ହୋଇଥିବା ଜଣାପଡିବା ପରେ ଧରାକୋଟ ବିଇଓ ପୁଲିସ ଥାନାରେ ଏତାଲା ଦେଇଥିଲେ। ଥାନା କେସ ନମ୍ବର ୯୯/୨୨ ରେ ପ୍ରତିମା ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।