ଜାଲି ଶିକ୍ଷକ କିରଣ ଜେନା ଗିରଫ।

0 1,569

ପୋଲସରା,୧୬/୦୯(ପିପିଟି): ଜାଲ ଶିକ୍ଷକ କିରଣ ଜେନାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୯ ମସିହା ଠାରୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ବିଭିନ୍ନ ପର୍ଯ୍ଯାୟରେ ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ କରିଆସୁଛନ୍ତି। ପୂର୍ବରୁ ଜଣେ ଚାକିରୀ ଛାଡିଥିବାବେଳେ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ପରୋକ୍ଷରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଇଓ କାର୍ଯ୍ଯାଳୟ ସୁରକ୍ଷା ଦେଇ ଆସୁଛି। ରାଜ୍ଯ ବାହାର ବିଇଡି କରି ଶିକ୍ଷକତା କରୁଥିବା ୩୯ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ତଦନ୍ତ ପାଇଁ ଅଭିଯୋଗ କରିଥିଲେ। ତଦନ୍ତ ଶୀତଳତା ଦେଖି ଶ୍ରୀ ମହାନ୍ତି ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟ କେସ ନମ୍ବର CRLMP 2345/2021 ରେ ବର୍ତ୍ତମାନ ସୁଦ୍ଧା ମାମଲା ବିଚାରାଧୀନ ରହିଛି। ୩୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ଯରେ କିରଣ ଜେନାଙ୍କ ନାମ ମଧ୍ଯ ରହିଥିଲା। କିରଣ ଜେନାଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣା ପଡିଥିଲେ ମଧ୍ଯ ପୋଲସରା ବିଇଓ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ଥାନାରେ ମମଲା ନକରି ନୀରବ ବସିଥିଲେ। ବିଇଓ କାର୍ଯ୍ଯାଳୟରେ ଭିଜିଲାନ୍ସ ଚଢାଉ ପରେ ଛନକା ପଶିଥିଲା। ଶେଷରେ ବିଇଓ କାର୍ଯ୍ଯାଳୟ ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା। ଉକ୍ତ ଏତାଲାକୁ ଆଧାର କରି ଥାନାରେ କେସ ନମ୍ବର ୩୫୯/୨୨ ମାମଲା ରୁଜୁ କରିବା ସହିତ ୪୨୦/୪୬୮/୪୭୧ ଦଫା ଲାଗିଥିବା ନେଇ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଥାନା ଅଧିକାରୀଙ୍କ ନେତୃତ୍ବ ଏକ ଟିମ ଜଗନ୍ନାଥ ପ୍ରସାଦ ବ୍ଲକର ବିଡିପୁର ଗ୍ରାମରୁ କିରଣ ଜେନାଙ୍କୁ ଗୁରୁବାର ଦିନ ଗିରଫ କରି କୋର୍ଟଚାଲାଣ କରାଯାଇଛି। ହାଇକୋର୍ଟରେ ମାମଲା ବିଚାରାଧୀନ ରହିଥିବାରୁ ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତଦନ୍ତ ରିପୋର୍ଟ କଣ ଆସୁଛି ଜଣାପଡିବ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.