ଜାତୀୟ ସ୍ତରରେ ପୁରସ୍କୃତ ନୃତ୍ୟମ୍ ଅନୁଷ୍ଠାନର ଛାତ୍ରୀ ସ୍ମୃତି ପ୍ରଜ୍ଞା ପାଠୀ ।

0 261

ହିଞ୍ଜିଳିକାଟୁ,ତା-୦୨/୦୯(ପିପିଟି) ;ହିଞ୍ଜିଳିକାଟୁ ପୌରାଅଞ୍ଚଳରେ ନୃତ୍ୟମ୍ ଅନୁଷ୍ଠାନ ଛୋଟ ବଡ ଶିଶୁଙ୍କୁ ନେଇ ବେଶ ଚର୍ଚ୍ଚାରେ ରହିଛି । ଏହି ନୃତ୍ୟ କଳା ଗବେଷଣା କେନ୍ଦ୍ର ଆଜି ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ପାରିଛି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ଇଣ୍ଡିଆନ ବେଷ୍ଟ କଳାକାର ଅନଲାଇନ ନୃତ୍ୟ ପ୍ରତିଯୋଗିତାରେ ନୃତ୍ୟମ୍ ଅନୁଷ୍ଠାନର ଛାତ୍ରୀ ସ୍ମୃତିପ୍ରଜ୍ଞା ପାଠୀ ଜୁରି ମାନକୁ ନିଜର କଳା ମାଧ୍ୟମରେ ବାନ୍ଧି ପାରିଥିଲେ ଏବଂ ଜୁରି ଆୱାର୍ଡ ପ୍ରାପ୍ତ କରିଥିଲେ ସେମିଫାଇନାଲ ରାଉଣ୍ଡରେ ସେମିକ୍ଲାସିକାଲ ନୃତ୍ୟ କରି ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଥିଲେ । ଯାହା ଫାଇନାଲ ରାଉଣ୍ଡରେ ରୋବୋଟ୍ ନୃତ୍ୟ କରି ଜୁରୀମାନଙ୍କ ମନ ମୁଗ୍ଧକରି ପାରିଥିଲେ । ନୃତ୍ୟ କ୍ଷେତ୍ରରେ ନିଜର ସାଧନା ବଳରେ ଆଜି ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ଜାତୀୟ ସ୍ତର ରେ ପ୍ରଶଂସା ସହ ଖୁସିର ମହଲା ସୃଷ୍ଟି କରିଛି । ସେ ନିଜ ସଫଳତା ପାଇଁ ନିଜର ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ଓ ମାନସ ରଞ୍ଜନ ରଥଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । ଏହି ଅବସରରେ ନୃତ୍ୟମ୍ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ସ୍ମୃତିଙ୍କ ସଫଳତା ପାଇଁ ଆଜି ସ୍ଥାନୀୟ ଅଞ୍ଚଳବାସୀ ଏବଂ ବୁଦ୍ଧିଜିବୀ ମହଲରୁ ବହୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମିଳିଛି । ରିପୋର୍ଟ- ପ୍ରଭୁଦତ୍ତ ପାତ୍ର ।

Leave A Reply

Your email address will not be published.