ଜାତୀୟ ସ୍ତରରେ ଆନ୍ତର୍ଜାତିକ ମହିଳା ଦିବସ ରେ ପୁରସ୍କାର ପାଇଲେ ଓଡ଼ିଆ ଝିଅ ।

0 346

ବ୍ରହ୍ମପୁର,୧୨/୦୩(ପିପିଟି); ବିଶ୍ୱ ମହିଳା ଦିବସ ୨୦୨୧ ଉପଲକ୍ଷେ ହାରିଆନ ରାଜ୍ୟ ଶୀର୍ଷା ସହରର ଜନନାୟକ ଚୋୖଧୁରୀ ଦେବୀଲାଲ ବିଦ୍ୟାପୀଠ ରେ ମାର୍ଚ୍ଚ ୬,୭,ଓ ୮ ତାରିଖ ତିନିଦିନ ଧରି ଚାଲିଥିବା ଆନ୍ତର୍ଜାତୀୟ ମହିଳା କର୍ମଶାଳାରେ ଓଡ଼ିଆ ଝିଅ ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କୁ ଆନ୍ତର୍ଜାତିକ ” Award for women empowerment ” ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପର୍ବତ ଆରୋହି ସୁଶ୍ରୀ ଅନିତା କୁଣ୍ଡୁ, ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଡ଼ଃ କମଳେଶ ମଲିକ, ଓ ହିସାର ର ଗୁରୁ ଜାମେଶ୍ୱର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ବନ୍ଦନା ପୁନୟା, ଏହି ତିନି ଜଣ ଅତିଥି ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କୁ ସିଲଡ଼, ମାନପତ୍ର ଓ ଉପଢୌକନ ପ୍ରଦାନ କରି ପୁରସ୍କୃତ କରିଥିଲେ। ରଶ୍ମିତା ହେଉଛନ୍ତି ଦକ୍ଷିଣ ଓଡ଼ିଶା, ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ସହର ଅଶୋକ ନଗର ବାସିନ୍ଦା। ସେ ହେଉଛନ୍ତି କବିସୂର୍ଯ୍ୟ ନଗର ର ବିଶିଷ୍ଟ ସମାଜସେବୀ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ସାରଦା ପାଣିଗ୍ରାହୀଙ୍କ କନ୍ୟା ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପାଳ ଚନ୍ଦ୍ର ଦାସଙ୍କ ନାତୁଣୀ। ଜନନାୟକ ଚୌଧୁରୀ ଦେବୀଲାଲ ବିଦ୍ୟାପୀଠ ଏବଂ ଉମେନ ଡେଡ଼ିକେସନ ମାଗଜିନ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ୨୦୨୧ ଉପଲକ୍ଷେ ଅନୁଷ୍ଠିତ ତିନି ଦିନିଆ କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ବହୁ ମହିଳା ଯୋଗ ଦେଇଥିବା ବେଳେ ଅନ୍ତିମ ଦିବସ ଉତ୍ସବରେ ଦକ୍ଷିଣ ଓଡ଼ିଶାର ଏକମାତ୍ର ଶିବିରାର୍ଥୀ ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରଶ୍ମିତା କୁମାରୀ ପାଣିଗ୍ରାହୀ ନିଉଜ୍ ଏକ୍ସଟ୍ରା ର କାର୍ଯ୍ୟକାରୀ ସମ୍ପାଦିକା ଥିବା ବେଳେ କୋଲକତା ଆଇ.ଆଇ.ଏମ.ଏସ. ଓ ଆଇ.ଏମ.ସି. ର ସଂଯୋଜିକା,ନେସନାଲ ଇନଷ୍ଟିଚ୍ୟୁଟ ଅଫ ମେନେଜେମେଣ୍ଟର ନିର୍ଦ୍ଦେଶିକା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.