ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ; ଭୟଭୀତ ଗ୍ରାମବାସୀ ।

0 270

ଗ୍ରାମବାସୀ ଭଞ୍ଜନଗର,୧୯/୦୭(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜରେ ହାତୀ ମାନେ ସକ୍ରିୟ ଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ଏହି ବନାଞ୍ଚଳରେ ହାତୀ ପଲ ଚଳପ୍ରଚଳ ହେଉଥିବା ଦେଖାଯାଇଛି। ଯାହା ଫଳରେ ଗତ ୬ତାରିଖରେ ମୁଜାଗଡ଼ ରେଞ୍ଜ କାନବିନ୍ଧା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ଦଳରୁ ଅଲଗା ହୋଇ ଏକାକୀ ବୁଲୁଥିବା ବେଳେ ଶିକାରୀ ମାନେ ତାକୁ ଗୁଳି କରି ହତ୍ୟା କରିବା ପରେ କୁରାଢ଼ୀ ସାହାଯ୍ୟରେ ତାର ଦାନ୍ତ କାଟି ନେଇ ଯାଇଥିଲେ। ଏହି ଘଟଣାରେ ବନ ବିଭାଗ ୩ଜଣଙ୍କୁ ଗିରଫ କରିବା ସହ ମୃତ ହାତୀର ଦାନ୍ତକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏବେ ଗତ ଦୁଇଦିନ ହେବ ଏକ ମାଇ ହାତୀ ତାର ଛୁଆକୁ ନେଇ ୧୫୭ନଂ ଜାତୀୟ ରାଜପଥ ଅନ୍ତର୍ଗତ ନିଧିଆ ପଲି ରାସ୍ତାରେ ବାରମ୍ବାର ଚଳ ପ୍ରଚଳ କରୁଥିବା ଦେଖା ଯାଇଛି।ହାତୀଟି କାହାର କିଛି କ୍ଷତି ଘଟାଇ ନଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ତେଣୁ ହାତୀ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ସୁରକ୍ଷା ବନ ବିଭାଗ ପାଇଁ ଜରୁରୀ ହୋଇ ପଡିଛି। ନହେଲେ ଆଗାମୀ ଦିନରେ ମଧ୍ୟ ଏଠାରେ ହାତୀ ଶିକାର ଭଳି ଘଟଣା ଘଟିବାର ଆଶା କରାଯାଉଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.