କୋଦଳା,୨୫/୦୧(ପିପିଟି); ଆଜି ଜାତୀୟ ଭୋଟର ଦିବସ । ଭୋଟ ଦେବା ଆମ ସମସ୍ତଙ୍କ ଦାୟିତ୍ୱ,କର୍ତ୍ତବ୍ୟ ଓ ଅଧିକାର । ଆମର ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବା ହେଉଛି ଆମର ଦାଇତ୍ୱ । ମୁକ୍ତ, ଅବେଧ ଓ ନିରପେକ୍ଷ ଭୋଟଦାନ ପାଇଁ ସଚେତନ ରହିବା ହେଉଛି ଆମର କର୍ତ୍ତବ୍ୟ । ଏହି ଅବସର ରେ ସୋମବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ରେ କୋଦଳା ଏନଏସି ର ସମସ୍ତ କାର୍ଯ୍ୟରତ ବିଏଲଓ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଉଯାଇଛି ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପଦ୍ମ ଚରଣ ପାଢ଼ୀ ସଭାପତିତ୍ୱ କରି ଆରମ୍ଭ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଯୋଗଦେଇ ଭୋଟର ଦିବସ ଉପରେ ସୁ ଚିନ୍ତିତ ମତାମତ ଦେଇଥିଲେ । ସୁ ନାଗରିକ ହୋଇ କୌଣସି ପରଲୋକଙ୍କ କଥାରେ ନ ପଡି ଉତ୍ତମ ବ୍ୟକ୍ତିଙ୍କୁ ପରଖି ନିଜସ୍ୱ ମତ ଅନୁଯାଇ ନିଜର ମୂଲ୍ୟବାନ ମତଦାନ କରିବାକୁ ପରାମର୍ଶ ଦେଇଥିଲେ ।ଏହା ପରେ ପରେ “ଆମେ ଭାରତୀୟ ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ର ଗାରୀମାକୁ ଅକ୍ଷ୍ୟୁର୍ଣ୍ଣ ରଖି ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ, ଭାଷା ଓ ଗୋଷ୍ଠୀ ନିର୍ବିଶେଷ ରେ ଅଥବା ଅନ୍ୟ କୌଣସି ପ୍ରଲୋଭନ ରେ ପ୍ରଭାବିତ ନ ହୋଇ ପ୍ରତ୍ୟକ ନିର୍ବାଚନ ରେ ନିଜ ମତାଧିକାରର ପ୍ରୟୋଗ କରିବୁ “ବୋଲି ଶପଥ ପାଠ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ସିଆରସିସି ଅଶ୍ୱିନୀ କୁମାର ପ୍ରହରାଜ ସମେତ କଲେଜ ଅଧ୍ୟାପକ /ଅଧ୍ୟାପିକା, ବିଏଲଓ ଓ ଜନସାଧାରଣ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )