ବାଲିଗୁଡା,୧୫/୦୪(ପିପିଟି): ଚଳିତ ୨୦୨୦-୨୧ ଶିକ୍ଷା ବର୍ଷରେ ଆୟୋଜିତ ହୋଇଥିବା ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରୀକ୍ଷା (ଏନଆରଟିଏସ) ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର କଳ୍ପତରୁ ସାହାଣୀ ବାଲିଗୁଡା ଏନ୍ଏସିରେ ଷଷ୍ଠ ସ୍ଥାନରେ ରହି ସଫଳତାର ସହ ଗୌରବାର୍ଜନ କରିଛନ୍ତି । ତାଙ୍କର ଏହି ସଫଳତା ପଛରେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ତଥା ପିତା ବ୍ରଜବନ୍ଧୁ ସାହାଣୀ ଓ ମାତା ସୁଜାତା ସାହାଣୀଙ୍କର ଆଶୀର୍ବାଦ ରହିଥିବା ବିଷୟ କଳ୍ପତରୁ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Next Post