ଜଳ ପ୍ରକଳ୍ପ ପାଇପ ବିଛା ଯୋଗୁଁ ରାସ୍ତା ବେହାଲ ମରାମତି କେବେ ?

0 443

ବୋଲଗଡ,୨୭/୦୨(ପିପିଟି); ବୈଦେଶ୍ଵର ମହାନଦୀ ଠାରୁ ଆରମ୍ଭ ସୂଜଳ ମେଗା ଜଳ ପ୍ରକଳ୍ପରୁ ବୋଲଗଡ ବ୍ଲକ୍ ଅନ୍ତର୍ଗତ ୧୪ ଗୋଟି ପଞ୍ଚାୟତ କୁ ପାଇପ ଲାଇନ ସଂଯୋଗ କରାଯାଉଛି। ପାଇପ ଲାଇନ୍ ପଡ଼ିବାର ୮ ମାସରୁ ଅଧିକ ବିତି ଯାଇଥିଲେ ମଧ୍ୟ ଗ୍ରାମାଞ୍ଚଳ ରାସ୍ତାରେ ଖୋଳା ଯାଇଥିବା ଖାଲ ଢିପ ମରାମତି ହୋଇ ନାହିଁ। ଖଙ୍ଗୁରିଆ ପଞ୍ଚାୟତର ସଂପୁର,ଛୋଟରାପୁରା, ଚନ୍ଦ୍ରଶେଖରପୁର, ଶିଖରପଡା, ନୟାପାଟନାର କଂକ୍ରିଟରାସ୍ତା ତାଡି ବିଛା ଯାଇଥିବା ପାଇପ ଲାଇନ ଖାଲ ଢିପ ମରାମତି ନ ହେବାରୁ ଯାନ ବହାନ ଯାତାୟତ ସମସ୍ୟା ଦଖାଦେଇଛି । ଅଦିନିଆ ବର୍ଷା ହେବା ଫଳରେ ଗାଁ ଭିତରକୁ ଆମ୍ବୁଲାନ୍ସ ସେବା, ପାଠ ପଢିବା ଛାତ୍ର ଛାତ୍ରୀ, ଘର ତିଆରି ସାମଗ୍ରୀ ଗାଡ଼ି ମଟର ଯାତୟାତ ଠପ ହୋଇ ଯାଉଛି। ତୁରନ୍ତ ରାସ୍ତା ମରାମତି ପାଇଁ କୃଷ୍ଣଚନ୍ଦ୍ର ଝପଟସିଂହ, ସୁନୀଲ ପରିଡ଼ା, ରବୀନ୍ଦ୍ର ସଥୁଆ, ପବିତ୍ର ମହାପାତ୍ର, ଅଜୟ ମହାନ୍ତି ,ରଶ୍ମିରଂଜନ ଦେଓ ଓ ଗ୍ରାମବାସୀ ପ୍ରମୁଖ ଦାବି କରିଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ ।)

Leave A Reply

Your email address will not be published.