ଜଳୁଛି ଉତ୍ତର ଘୁମୁସର ବନଖଣ୍ଡ; ବନ୍ୟଜନ୍ତୁ ଅସୁରକ୍ଷିତ ।

0 283

ଭଞ୍ଜନଗର,୩୦/୦୪(ପିପିଟି): ଭଞ୍ଜନଗର ଅଞ୍ଚଳରେ ଗତ କିଛିଦିନ ତାପମାତ୍ରା ୪୨ଡିଗ୍ରୀକୁ ବୃଦ୍ଧି ପାଇଛି। ଯାହାକୁ ନେଇ ଅଞ୍ଚଳବାସୀ ଗରମରେ ଆଉଟୁ ପାଉଟୁ ହେଉଥିବା ବେଳେ ଜଙ୍ଗଲ ପୋଡ଼ି ଓ ଧୂଆଁ ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବନବିଭାଗ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ଵୟ ରହୁ ନଥିବା ଯୋଗୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହେଉଛି। ଉତ୍ତର ବନଖଣ୍ଡରେ ଜଙ୍ଗଲ ପୋଡ଼ି ଯୋଗୁ ତାପମାତ୍ରା ଆଉ କିଛି ପରିମାଣରେ ବୃଦ୍ଧି ପାଉଛି। କିଛିଦିନ ହେବ ଶାର୍ଦ୍ଦୁଳ,ଡ଼ହ, ବାପାଙ୍ଗି, ସୋରାଦେବୀ ଜଙ୍ଗଲ, କୁଲାଡ଼ ସମେତ ବହୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗି ରହିବାରୁ ଗଛପତ୍ର ପୋଡ଼ି ଧୂଆଁ ବାହାରୁଛି। ବନ୍ୟଜନ୍ତୁମାନେ ପ୍ରାଣ ବିକଳରେ ଏଣେତେଣେ ଘୁରିବୁଲୁଥିବା ବେଳେ କିଛି ହାତୀ ରାସ୍ତା ଉପରେ ଚଳପ୍ରଚଳ ହେଉଥିବା ଦେଖାଯାଇଛି। ତେଣୁ ଦିନତମାମ ଜଙ୍ଗଲରୁ ବାହାରୁଥିବା ଧୂଆଁରେ ଭଞ୍ଜନଗର ଅଞ୍ଚଳବାସୀ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। ଏନେଇ ବିଭାଗୀୟ ବନ କର୍ମଚାରୀମାନେ ନିଆଁକୁ ଆୟତ କରି ପାରୁନାହାନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।ଜଙ୍ଗଲ ରକ୍ଷା ପାଇଁ ବାରମ୍ବାର ଜନ ସଚେତନତା ସୃଷ୍ଟି ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବାସ୍ତବରେ ତାହା ସଫଳ ହୋଇ ପାରୁନାହିଁ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.