ଜଳଛତ୍ର ପାଣିରେ କୀଟନାଶକ ମିଶ୍ରଣ, ୩ ଜଣ ଅସୁସ୍ଥ ।

0 335

ମାଲକାନଗିରି,୨୧/୦୪(ପିପିଟି): ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଳଛତ୍ର ପାଣିରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଜଳଛତ୍ରର ପାଣି ପାଣି ପିଇବା ଯୋଗୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନେ ହେଲେ ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକ ଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା ।
ଜଳଛତ୍ର ପାଣିରେ ବିଷ ମିଶ୍ରଣ ଯୋଗୁଁ ପାଣି ପିଇ ତିନିଜଣ ଗୁରୁତର ହୋଇ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଚାଞ୍ଚଲ୍ଯକର ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କେହି ଜଣେ ଦୁର୍ବୃତ୍ତ ଜଳଛତ୍ର ପାଣିରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ସମସ୍ତ ଗୁରୁତରଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଗଲା ପରେ ବର୍ତ୍ତମାନ ମାଲକାନଗିରି ସଦର ମହକୁମା ମୁଖ୍ଯ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମାଲକାନଗିରି ଜିଲ୍ଲାର ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମବାସୀ ଓ ପଞ୍ଚାୟତର ସହଯୋଗରେ ଏମପିଭି ୪୯ ଗ୍ରାମର ଛକ ଠାରେ ସପ୍ତାହକ ପୂର୍ବରୁ ଏକ ଜଳଛତ୍ର ଖୋଲା ଯାଇଥିଲା । ଉକ୍ତ ଜଳଛତ୍ରର ରକ୍ଷଣାବେକ୍ଷଣ ଓ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ଜଣେ ମହିଳାଙ୍କୁ ନିଯୁକ୍ତ କରାଯାଇଥିଲା ।
ତେବେ ସବୁଦିନ ଭଳି ମହିଳା ଜଣଙ୍କ ଜଳଛତ୍ରର ମାଟି ହାଣ୍ଡିରେ ପାଣି ଭରି ଅପରାହ୍ଣ ୩ଟା ସମୟରେ ନିଜ ଘରକୁ ଚାଲିଯାଇଥିଲେ । ଏହାପରେ କିଛି ଲୋକ ଉକ୍ତ ଜଳଛତ୍ରରୁ ପାଣି ପିଇଥିଲେ । ହଠାତ୍ କିଛି ସମୟ ପରେ ଜଣଙ୍କ ପରେ ଜଣେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଉକ୍ତ ପାଣିରେ ଚାଷ କାର୍ଯ୍ୟରେ ବ୍ୟବହୃତ କୀଟନାଶକ ଔଷଧ ମିଶିଥିବା ଯାଞ୍ଚରୁ ଜଣାପଡ଼ିଛି । ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ଜଳ ଉପରେ ନିର୍ଭର କରୁଥିବା ବେଳେ ଏହି ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।ଏ ନେଇ କାଲିମେଳା ଏବଂ ଏମଭି-୭୯ ଥାନାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ତାପମାନ ୪୦ ଡିଗ୍ରୀ ଉପରେ ପାରଦ ରହୁଥିବାରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି ।ଏହି ଘଟଣା ହେଲା ପରେ ବାହାର ଓ ଖୋଲା ସ୍ଥାନରୁ ପାନୀୟ ଜଣ ପାନ କରିବା ଉପରେ ସମସ୍ତଙ୍ତ ମନରେ ଭୟ ସୃଷ୍ଟି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.